ଫୋନିରେ ପ୍ରଭାବିତ ହୋଇଛି ଖୋର୍ଦ୍ଧା ଜିଲ୍ଲାର ଆଇଟିବିପିର ତର୍ତୁଆ କ୍ୟାମ୍ପ ! ଉଜୁଡି ଯାଇଛି କ୍ୟାମ୍ପ ପରିସରର  ଥିବା ଶହ ଶହ ଗଛ,ନଷ୍ଟ ହୋଇଛି ପ୍ରାକୃତିକ ପରିବେଶ

74

ଭୟଙ୍କରୀ ବାତ୍ୟା ଫୋନିରେ ପ୍ରଭାବିତ ହୋଇଛି ଖୋର୍ଦ୍ଧା ଜିଲ୍ଲାରେ ଥିବା ଆଇଟିବିପିର ତର୍ତୁଆ କ୍ୟାମ୍ପ ।  ଖୋର୍ଦ୍ଧାରୁ ନୟାଗଡ ଗଲାବେଳେ ବାଟରେ ପଡିଥାଏ ଏହି କ୍ୟାମ୍ପ । ଏଠାରେ ହଜାର ହଜାର ଯବାନ ରହିଥାନ୍ତି । ଯବାନଙ୍କ ଆସବାବ ପତ୍ର ଫୋନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଛି ।

କ୍ୟାମ୍ପ ପରିସରରେ  ହଜାର ହଜାର ଗଛ ଥିଲା କିନ୍ତୁ ଫୋନି ପ୍ରକୋପରେ ପ୍ରାକୃତିକ ପରିବେଶ ଏକବାର ନଷ୍ଟ ହୋଇଛି । ଫୋନିରେ କ୍ୟାମ୍ପରେ ବ୍ୟାପକ କ୍ଷତି ହୋଇଛି । ବାତ୍ୟାରେ କେତେ କ୍ଷୟକ୍ଷତି ହୋଇଛି ଏହାର ଆକଳନ ପାଇଁ ଏକ ଦଳ କାମ କରୁଛି ।