ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ । ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା, ପାର୍ବଣରେ ଆହୁରି ବଢିବ କି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ?

212

କନକ ବ୍ୟୁରୋ : ପୁଣି ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧାରୁ ୩୨୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଠାରେ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୫୩୫କୁ ବୃଦ୍ଧି ପାଇଛି । ଫଳରେ ଖୋର୍ଦ୍ଧା ପୁଣି ରେଡ ଜୋନକୁ ଆସିଯାଇଛି । ଗତ ୩ ଦିନରେ ସ୍ଥିତି ଦେଖିଲେ ଖୋର୍ଦ୍ଧାରେ ସଂକ୍ରମଣ ଲଗାତାର ଭାବେ ବଢିଚାଲିଛି ।

ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ । ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା । ବେଶ କିଛି ମାସର ବ୍ୟବଧାନ ପରେ ରାଜ୍ୟରେ ସଂକ୍ରମଣ ପ୍ଲାଟୋ ସ୍ଥିତିରେ ରହି ଅଳ୍ପ ମାତ୍ରାେରେ ବଢିଛି । ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୧୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣର ପାଖାପାଖି ୫୦ ପ୍ରତିଶତ ପଜିଟିଭ କେବଳ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆସିଥିବା ପଜିଟିଭ ଭିତରୁ କେବଳ ଖୋର୍ଦ୍ଧାରେ ୩୨୩ ଆକ୍ରାନ୍ତ ହୋଇଛନ୍ତି । ଆଉ ରେଡ୍ ଜୋନ୍ ଭିତରକୁ ଆସିଛି ଖୋର୍ଦ୍ଧା । ବର୍ତ୍ତମାନ ଖୋର୍ଦ୍ଧାରେ ସକ୍ରିୟ କେସ ରହିଛି ୨୫୩୫ । ଗତ ୩ ଦିନରେ ସ୍ଥିତି ଦେଖିଲେ ଖୋର୍ଦ୍ଧାରେ ସଂକ୍ରମଣ ଲଗାତାର ଭାବେ ବଢିଚାଲିଛି ।

ତାରିଖ                       ମୋଟ ସଂକ୍ରମଣ               ଖୋର୍ଦ୍ଧା ସଂକ୍ରମଣ
୧୩ ଅକ୍ଟୋବର               ୬୧୫                               ୩୨୩
୧୨ ଅକ୍ଟୋବର               ୫୨୯                               ୨୭୪
୧୧ ଅକ୍ଟୋବର               ୪୪୮                               ୨୦୮

ଭୁବନେଶ୍ୱରରେ ସଂକ୍ରମଣ ଉପରମୁହାଁ ରହୁଛି । ଦୈନିକ କେସ ପାଖାପାଖି ୧୫୦ରୁ ତିନିଶହ ପାଖାପାଖି ରହୁଛି । କରୋନା ଗ୍ରାଫ କମିବାର ନାଁ ଧରୁନି । ପାର୍ବଣ କଟକଣାରେ ବ୍ୟତିକ୍ରମ ହେଲେ ସଂକ୍ରମଣ ବଢିବା ନେଇ ଆଶଙ୍କା ରହିଛି ବୋଲି କହୁଛି ସ୍ୱାସ୍ଥ୍ୟ ବିଭାଗ । ପର୍ବପର୍ବାଣି ଯୋଗୁଁ କଟକ, ଖୋର୍ଦ୍ଧା ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି, ତେଣୁ ସଂକ୍ରମଣ ଏଠି ଟିକେ ବଢିଛି । ତୃତୀୟ ଲହର ଆଶଙ୍କା ଭିତରେ ପର୍ବପର୍ବାଣି ସବୁଠୁ ବଡ ଚ୍ୟାଲେଞ୍ଜ । କଟକଣା ରହିଥିଲେ ବି ରାଜ୍ୟରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।