ବନ୍ୟା ପାଣି ଘେରରେ ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଂଚାୟତ : ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା 

ସେପଟେ କେନ୍ଦ୍ରାପଡ଼ା ପାଟକୁରାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଶୁଖିଲା ଖାଦ୍ୟ ମହଜୁଦ ରଖିଲା ପ୍ରଶାସନ

77

କନକ ବ୍ୟୁରୋ : ବନ୍ୟା ପାଣି ଘେରରେ ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଂଚାୟତର ୫ଟି ଗାଁ । ରାଜୁଆ ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାରୁ ୫ଟି ଗାଁରେ ବନ୍ୟା ପାଣି ପ୍ରବେଶ କରିଛି । ତେଣୁ ଘର ବାହାରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ଅନ୍ୟପଟେ ହରିମୂଳ-ଡିହଖଳା ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।

ତେଣୁ ହିରିମୂଳ ଗାଁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଛାଡିବା ପରେ ଏବେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ପ୍ରସ୍ତୁତ ରହିଛନ୍ତି । ଏଥିସହ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।