ରାଜ୍ୟରେ ୨୪ ଘଂଟାରେ ୪୭୭ ନୂଆ ଆକ୍ରାନ୍ତ : ଶୁନରୁ ୧୮ ବର୍ଷ ଭିତରେ ୭୪ଜଣ ଚିହ୍ନଟ

76

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୪୭୭ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୭୪ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୭୮ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୯୯ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୨୬ ଜଣ, ଭଦ୍ରକରୁ ୧ ଜଣ, ବଲାଙ୍ଗୀରରୁ ୧ ଜଣ, କଟକରୁ ୬୨ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୨୩ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୫ ଜଣ, କୋରାପୁଟରୁ ୪ ଜଣ, ମୟୁରଭଞ୍ଜରୁ ୨୩ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୧୬ ଜଣ, ସମ୍ୱଲପୁରରୁ ୧୧ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୫ ଜଣ । ସେହିପରି ଷ୍ଟେଟପୁଲରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୯୫୩କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୧୩ ହଜାର ୧୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୫୫୬ ରହିଛି । ୨୪ ଘଂଟାରେ କରୋନାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।