ରାଜ୍ୟରେ ଖସୁଛି ସଂକ୍ରମଣ, କମୁନି ମୃତ୍ୟୁ : ୨୪ ଘଂଟାରେ ୫୨୩୫ ସଂକ୍ରମଣ, ଚିନ୍ତା ବଢାଉଛନ୍ତି ଖୋର୍ଦ୍ଧା, କଟକ, ବାଲେଶ୍ୱର; ପଜିଟିଭିଟି ହାର ହେଲା ୭.୯୭, ୪୩ ମୃତ

395

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଂଟା ଭିତରେ ୫୨୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୨ହଜାର ୯୫୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୨୭୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୭, ପୁରୀରୁ ୨୩୪, କେନ୍ଦ୍ରାପଡ଼ାରୁ ୨୩୭, ମୟୁରଭଂଜରୁ ୨୮୫, ଯାଜପୁରରୁ ୩୯୪, ବାଲେଶ୍ୱରରୁ ୩୨୦ ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୨ହଜାର ୪୧୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୭ଲକ୍ଷ ୭୨ହଜାର ୯୭୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬ହଜାର ୨୨୬ ରହିଛି । ସେହିପରି କରୋନା କାରଣରୁ ୨୪ଘଂଟା ଭିତରେ ୪୩ଜଣଙ୍କର ମୃତ୍ୟୁ ହୋଇଛି । ୨୪ଘଂଟା ଭିତରେ ରାଜ୍ୟରେ ୬୫ହଜାର ୬୩୫ ନମୁନା ପରୀକ୍ଷା ହୋଇଥିବା ବେଳେ ୫ହଜାର ୨୩୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ ରହିଛି ୭ଦଶମିକ ୯୭ ପ୍ରତିଶତ ।