କୋଭିଡ୍ ନିୟମ ଉଲ୍ଲଙ୍ଘନ ଆଶଙ୍କାରେ ଯାତ୍ରା ପାର୍ଟି ଉପରେ ରୋକ ଲଗାଇଲେ ଖୋର୍ଦ୍ଧା ଜିଲ୍ଲାପାଳ: ବେଗୁନିଆରେ ଚାଲିଥିବା ଯାତ୍ରାପାର୍ଟି ଅଧାରୁ ବନ୍ଦ

132

କନକ ବ୍ୟୁରୋ : କୋଭିଡ ନିୟମ ଉଲ୍ଲଙ୍ଘନ ଆଶଙ୍କାରେ ଯାତ୍ରା ପାର୍ଟି ପରିବେଷଣ ଉପରେ ରୋକ ଲଗାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଫଳରେ ବେଗୁନିଆରେ ଚାଲିଥିବା ଯାତ୍ରାପାର୍ଟି ଅଧାରୁ ବନ୍ଦ ହୋଇଯାଇଛି । ଏଠାରେ ଯାତ୍ରାପାର୍ଟି ରଙ୍ଗମହଲ ଯାତ୍ରାପାର୍ଟି ପରିବେଷଣ କରୁଥିଲା । ତେବେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଯାତ୍ରାପାର୍ଟି ପରିବେଷଣକୁ ଅନୁମତି ଦିଆନାହିଁ ।

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିଚାଲିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଚିନ୍ତା ବଢିଯାଇଛି । ସଚେତନ ରହିବା ପାଇଁ ସରକାର ଲୋକଙ୍କୁ ନିର୍ଦ୍ଦେଶ ଦେବା ସହ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷା ପାଇଁ ଅନୁରୋଧ କରିଛନ୍ତି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରାକୁ ବନ୍ଦ ରଖିବାକୁ ନିସ୍ପତ୍ତି ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ