ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୫୮୮ଜଣ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ପଜିଟିଭ

185

କନକ ବ୍ୟୁରୋ : ଚିନ୍ତା ବଢାଉଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ରାଜ୍ୟରେ ୫୮୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୨ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୮୪, କଲାହାଣ୍ଡିରୁ ୬୪, କଟକରୁ ୩୦, ନୂଆପଡ଼ାରୁ ୨୯,ସମ୍ବଲପୁରରୁ ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ାରୁ ୩୧, ଗଂଜାମରୁ ୨୭, ବରଗଡ଼ରୁ ୨୧, ବାଲେଶ୍ୱରରୁ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ରାଜ୍ୟରେ ୨୧୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୮୫୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩ଲକ୍ଷ ୩୮ହଜାର ୧୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଥିବା ବେଳେ ୩ହଜାର ୭ଶହ ୩୧ଜଣ ଆକ୍ରାନ୍ତ ସକ୍ରିୟ ସଂକ୍ରମିତ ଅଛନ୍ତି ।