କନକ ବ୍ୟୁରୋ : ଖୋର୍ଦ୍ଧା ଧଳା ଜହର କାରବାର ନୂଆ ହବ ପାଲଟିଛି । ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି । ଖୋର୍ଦ୍ଧା ପୁଲିସକୁ ଆଜି ବଡ ସଫଳତା ମିଳିଛି । ଠେଙ୍ଗାହାଟ ଅଂଚଳରୁ ଆଦର୍ଶ ଥାନା ପୁଲିସ ବ୍ରାଉନସୁଗାର ବେପାର କରୁଥିବା ଗ୍ୟାଙ୍ଗକୁ କାବୁ କରିଛି । ୫୦ ଗ୍ରାମ ବ୍ରାଉନ ସୁଗାର ସହ ସମେତ ୬ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ପୁଲିସ । ଗିରଫ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ୩ ମହିଳା ଅଛନ୍ତି ।
ସେମାନଙ୍କ ପାଖରୁ ନଗଦ ୧୩ ଲକ୍ଷ ୬୮ ହଜାର ଟଙ୍କା, ଅଧକିଲୋରୁ ଅଧିକ ଓଜନର ସୁନା ସହ ୮୩୦ ଗ୍ରାମ ରୁପା ଜବ କରିଛି । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି । ବେଆଇନ ନିଶା କାରବାର ରୋକିବାକୁ ପୁଲିସ ପକ୍ଷରୁ ଧଳାଜହର ଅପରେସନର ସ୍ୱତନ୍ତ୍ର ଡ୍ରାଇଭ ଚାଲିଛି । ଆଗକୁ ଡ୍ରଗ୍ସ ମାଫିଆ ବିରୋଧୀ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରାଯିବ । ବେଆଇନ ଭାବେ ଅର୍ଜିତ ସ୍ଥାବର ଓ ଅସ୍ଥାବର ସଂପତି ବାଜ୍ୟାପ୍ତି କରାଯିବ । ସରକାରୀ ଜମିକୁ ଅକ୍ତିଆର କରି ବେଆଇନ ଭାବେ ନିଶା କାରବାର ଚଳାଇଥିବା ପ୍ରମାଣିତ ହେଲେ ପ୍ରଶାସନ ସହାୟତାରେ ଉଚ୍ଛେଦ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-22-07h50m01s945.png)