ବାଲାଂଦେଶୀ ନାବାଳକଙ୍କୁ ନିର୍ଯାତନା ମାମଲା ! ଖୋର୍ଦ୍ଧା ‘ଆଶା କିରଣ’ର ମୁଖ୍ୟ ହୋଚିମିନି ଶାସ୍ତ୍ରୀ ଗିରଫ

Advertisment
ବାଲାଂଦେଶୀ ନାବାଳକଙ୍କୁ ନିର୍ଯାତନା ମାମଲା ! ଖୋର୍ଦ୍ଧା ‘ଆଶା କିରଣ’ର ମୁଖ୍ୟ ହୋଚିମିନି ଶାସ୍ତ୍ରୀ ଗିରଫ

କନକ ବ୍ୟୁରୋ : ବାଲାଂଦେଶୀ ନାବାଳକଙ୍କୁ ନିର୍ଯାତନା ମାମଲାରେ ‘ଆଶା କିରଣ’ ହୋମର ମୁଖ୍ୟଙ୍କୁ ଗିରଫ କରାଯାଇଛି । ହୋଚିମିନି ଶାସ୍ତ୍ରୀ ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୮ ତାରିଖରେ ଆଶା କିରଣରୁ ଖସି ପଳାଇଥିବା ଜଣେ ବାଲାଂଦେଶୀ ନାବାଳକକୁ ପୁରୀର ସୋଚ ନାମକ ଏକ ସାମାଜିକ ଅନୁଷ୍ଠାନ ଉଦ୍ଧାର କରିଥିଲା । ଏହା ପରେ ୧୨ ତାରିଖରେ ନାବାଳକକୁ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା । ନାବାଳକ ଜଣକ ଆଶା କିରଣ ଅନୁଷ୍ଠାନରେ ନିର୍ଯାତନା ଦିଆଯାଉଥିବା ନେଇ ବୟାନରେ କହିବା ପରେ ହୋଚିମିନ ଶାସ୍ତ୍ରୀଙ୍କୁ ନୋଟିସ ଜାରି କରିଥିଲା ସିଡବ୍ଲୁସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe