ଫୋନି ଯିବା ପରେ ଖୋର୍ଦ୍ଧା ଅଞ୍ଚଳରେ ସ୍ଥିତି ସାଂଘାତିକ ! ବାତ୍ୟାର ଛଅ ଦିନ ପରେ ବି ବିଦ୍ୟୁତ୍ ଯୋଗାଣ ଓ ପିଇବା ପାଣି ମୁନ୍ଦେ ପାଇଁ ସଂଘର୍ଷ କରୁଛନ୍ତି ଲୋକେ ।

88

ବାତ୍ୟା ଫୋନି ଯିବା ପରେ ଖୋର୍ଦ୍ଧା ଅଞ୍ଚଳରେ ସ୍ଥିତି ସାଂଘାତିକ । ବଡ ବଡ ଗଛ ଉପୁଡିବା ସହ ଅନେକ ଘର ଭାଙ୍ଗି ପଡିଛି । ବାତ୍ୟାର ଛଅ ଦିନ ପରେ ବି ବିଦ୍ୟୁତ୍ ଯୋଗାଣ ଓ ପିଇବା ପାଣି ମୁନ୍ଦେ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଖୋଲା ଆକାଶ ତଳେ ଜିଉଁଛନ୍ତି ଜୀବନ ।

କଲେକ୍ଟର ଅଫିସଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ ବସ୍ତିବାସିନ୍ଦାଙ୍କ ନିକଟରେ ପହଁଚିପାରିନି ପ୍ରଶାସନ । ରିଲିଫ୍ କିମ୍ବା କୌଣସି ସରକାରୀ ସହାୟତା ନ ପହଁଚିବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଲୋକେ । କିନ୍ତୁ ଏବେ ବି ସରକାରଙ୍କ ସହାୟତାକୁ ଚାତକ ପରି ଚାହିଁରହିଛନ୍ତି ଫୋନି ପ୍ରଭାବିତ ।