ଗୋଟିଏ ଗୋଡ଼ ହରାଇବା ସତ୍ୱେ କାହା ପାଖରେ ହାତ ପତାନ୍ତିନି ଏହି ବୃଦ୍ଧ : କଠିନ ପରିଶ୍ରମ କରି ପୋଷୁଛନ୍ତି ପେଟ । ଭିଡିଓ ଦେଖି ଆଖିରୁ ଝରି ପଡିବ ଲୁହ

ଗୋଟିଏ ଗୋଡ଼ ହରାଇବା ସତ୍ୱେ କାହା ପାଖରେ ହାତ ପତାନ୍ତିନି ଏହି ବୃଦ୍ଧ : କଠିନ ପରିଶ୍ରମ କରି ପୋଷୁଛନ୍ତି ପେଟ । ଭିଡିଓ ଦେଖି ଆଖିରୁ ଝରି ପଡିବ ଲୁହ

source : NDTV Khabar

ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣଙ୍କ ଆଖିରୁ ଝରି ପଡିବ ଲୁହ । ଶରୀରର ଗୋଟିଏ ଅଙ୍ଗ ହରାଇବା ପରେ ଲୋକ ଡିପ୍ରେସନରେ ଚାଲିଯାଆନ୍ତି ଓ କିଛି କରିପାରନ୍ତିନି । କିନ୍ତୁ କିଛି ଲୋକ ସାହସର ସହିତ କଠିନ ପରିଶ୍ରମ କରନ୍ତି । ପେଟ ପାଳିବା ପାଇଁ ଭିକ ମାଗିବା ପରିବର୍ତ୍ତେ ପରିଶ୍ରମ କରନ୍ତି । ଏମିତି ଜଣେ ଅଛନ୍ତି, ସିଏ ହେଉଛନ୍ତି ଖୋପର ସିଂହ । ତାଙ୍କର ଗୋଟିଏ ଗୋଡ଼ ନାହିଁ । କିନ୍ତୁ ଦିନ ମଜୁରୀ କରି ପେଟ ପାଳନ୍ତି । ସୋସିଆଲ ମିଡିଆରେ ତାଙ୍କର ଭିଡିଓ ବହୁତ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି ଖୋପର ସିଂହ ଗୋଟିଏ ଗୋଡ ସାହାଯ୍ୟରେ ବାଲି ଓ ସିମେଣ୍ଟ ମେସିନରେ ଭର୍ତ୍ତି କରୁଛନ୍ତି । ଖୋପର ସିଂହ ହେଉଛନ୍ତି ରାଜସ୍ଥାନର, ହେଲେ ଦିଲ୍ଲୀରେ କାମ କରନ୍ତି । ସେ ଏତେ କଠିନ ପରିଶ୍ରମ କରିବା ସତ୍ୱେ ଭିଡିଓରେ ଖୁସି ନଜର ଆସୁଛନ୍ତି । ଏହି ଭିଡିଓକୁ ୬୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ଓ ୭୦ ହଜାର ସେୟାର ହୋଇସାରିଲାଣି । ଦ୍ରୁତ ଗତିରେ ଭାଇରାଲ ହେଉଛି ଭିଡିଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe