ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣଙ୍କ ଆଖିରୁ ଝରି ପଡିବ ଲୁହ । ଶରୀରର ଗୋଟିଏ ଅଙ୍ଗ ହରାଇବା ପରେ ଲୋକ ଡିପ୍ରେସନରେ ଚାଲିଯାଆନ୍ତି ଓ କିଛି କରିପାରନ୍ତିନି । କିନ୍ତୁ କିଛି ଲୋକ ସାହସର ସହିତ କଠିନ ପରିଶ୍ରମ କରନ୍ତି । ପେଟ ପାଳିବା ପାଇଁ ଭିକ ମାଗିବା ପରିବର୍ତ୍ତେ ପରିଶ୍ରମ କରନ୍ତି । ଏମିତି ଜଣେ ଅଛନ୍ତି, ସିଏ ହେଉଛନ୍ତି ଖୋପର ସିଂହ । ତାଙ୍କର ଗୋଟିଏ ଗୋଡ଼ ନାହିଁ । କିନ୍ତୁ ଦିନ ମଜୁରୀ କରି ପେଟ ପାଳନ୍ତି । ସୋସିଆଲ ମିଡିଆରେ ତାଙ୍କର ଭିଡିଓ ବହୁତ ଭାଇରାଲ ହେଉଛି ।
ଭିଡିଓରେ ଦେଖିବାକୁ ମିଳୁଛି ଖୋପର ସିଂହ ଗୋଟିଏ ଗୋଡ ସାହାଯ୍ୟରେ ବାଲି ଓ ସିମେଣ୍ଟ ମେସିନରେ ଭର୍ତ୍ତି କରୁଛନ୍ତି । ଖୋପର ସିଂହ ହେଉଛନ୍ତି ରାଜସ୍ଥାନର, ହେଲେ ଦିଲ୍ଲୀରେ କାମ କରନ୍ତି । ସେ ଏତେ କଠିନ ପରିଶ୍ରମ କରିବା ସତ୍ୱେ ଭିଡିଓରେ ଖୁସି ନଜର ଆସୁଛନ୍ତି । ଏହି ଭିଡିଓକୁ ୬୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ଓ ୭୦ ହଜାର ସେୟାର ହୋଇସାରିଲାଣି । ଦ୍ରୁତ ଗତିରେ ଭାଇରାଲ ହେଉଛି ଭିଡିଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/5-3.jpg)