ଖଟିଆ ଦୁଃଖ କେବେ ସରିବ? ମାଳ ମାଳ ଯୋଜନା ପରେ ବି ୩ କିମି ଖଟିଆରେ  ବୁହାହେଲେ ଗର୍ଭବତୀ

Advertisment
ଖଟିଆ ଦୁଃଖ କେବେ ସରିବ? ମାଳ ମାଳ ଯୋଜନା ପରେ ବି ୩ କିମି ଖଟିଆରେ  ବୁହାହେଲେ ଗର୍ଭବତୀ
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପୁଣି ଜଣେ ଗର୍ଭବତୀ ଖଟିଆରେ ବୁହା ହୋଇଛନ୍ତି। ପରିବାର ଲୋକ ପ୍ରାୟ ୩ କିଲୋମିଟର ରାସ୍ତା ଗର୍ଭବତୀଙ୍କୁ ବୋହି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି। ସୂଚନା ଅନୁଯାୟୀ, ଅମଳାଭଟ୍ଟା ଗାଁର ତୁଳସୀ ପାଙ୍ଗି (୨୭) ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ଗାଁ ଦୁର୍ଗମ ଅଞ୍ଚଳରେ ରହିଥିବାରୁ ଏଠାକୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି ଉତ୍ତର ମିଳିଥିଲା। ବିଳମ୍ବ ହେଲେ ଉଭୟ ମା’ ଏବଂ ଶିଶୁ ପ୍ରତି ବିପଦ ସୃଷ୍ଟି ହେବ ଆଶଙ୍କା କରି ପରିବାର ଲୋକ ଗୋଟିଏ ଖଟିଆରେ ଗର୍ଭବତୀଙ୍କୁ ଶୁଆଇ ଗାଁରୁ ବାହାରିଥିଲେ।
ସ୍ବାମୀ ପର୍ଶୁରାମଙ୍କ ସହ କିଛି ସାହି ପଡ଼ିଶା ଲୋକ ମଧ୍ୟ ଖଟିଆ ବୋହିବାରେ ସହଯୋଗ କରିଥିଲେ। ପ୍ରାୟ ୩କିଲୋମିଟର ରାସ୍ତା ବୁହା ହେବାପରେ ଗର୍ଭବତୀ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଡାକ୍ତରଖାନାରେ ପ୍ରତିମା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁ ସୁସ୍ଥ ରହିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପ୍ରସୂତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବା ସୂଚନା ମିଳିଛି। ତେବେ ଅମଳାଭଟ୍ଟା ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରୁନି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe