ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା : ବଢୁଛି ଓଡ଼ିଶାର ପଦକ ସଂଖ୍ୟା, ପୁରୁଷ ଭାରତ୍ତୋଳନରେ ଓଡ଼ିଶାର ମନୋଜଙ୍କୁ ସ୍ୱର୍ଣ୍ଣ ।

227

କନକ ବ୍ୟୁରୋ : ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଓଡିଶାର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି । ସପ୍ତମ ଦିନ ସୁଦ୍ଧା ଓଡିଶା ଖେଳାଳି ବିିଭିନ୍ନ କ୍ରୀଡାରେ ୫ ଟି ପଦକ ହାସଲ କରିଛି । ତେବେ ପୁନେର ସାବିତ୍ରୀବାଇ ଫୁଲେବିଶ୍ୱବିଦ୍ୟାଳୟ ପଦକ ତାଲିକାର ଶୀର୍ଷରେ ଥିବା ବେଳେ ପଂଜାବ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଏବଂ ଜୈନ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ଅଛନ୍ତି ।

ପୁରୁଷ ଭାରତ୍ତୋଳନର ୭୩ କେଜି ବର୍ଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ମନୋଜ କୁମାର ସାହୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କୁରୁଥିବା ମହିଳା ଭାରତ୍ତୋଳନକାରୀ ପ୍ରମିଳା କିର୍ସାନୀ ୫୫ କୋଜି ବର୍ଗରେ ରୋପ୍ୟ ପଦକ ଜିତିଥିଲେ । କିଟ୍ ବିଶ୍ୱବିଦ୍ୟାଳକୁ ମଧ୍ୟ ତୀରନ୍ଦାଜରେ ଦଳଗତ ଭାବେ ୨ ଟି ପଦକ ମିଳିଥିବା ବେଳେ ଭାରତ୍ତୋଳନରେ ଗୋଟିଏ ପଦକ ମିଳିଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଓଡିଶାରେ ସଫଳ ଭାବେ ଆୟୋଜିତ ହେଉଥିବା ବେଳେ ୧୭ ଟି ଇଭେଂଟରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ୪ ହଜାର କ୍ରୀଡା ପ୍ରତିଭା ଯୋଗଦେଇଛନ୍ତି ।