କନକ ବ୍ୟୁରୋ: କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ବିଶ୍ୱବଦ୍ୟାଳୟ କ୍ରୀଡ଼ା ଆରମ୍ଭ ହୋଇଛି । ହେଲେ ଏତେ ବଡ଼ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟାକୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶାର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ମାତ୍ର ୪ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି । ୯ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ଜଣେ ହେଲେ ଛାତ୍ରଛାତ୍ରୀ ଏଥିରେ ଭାଗ ହିଁ ନେଇପାରି ନାହାଁନ୍ତିି ।  ସରକାରୀ ବିଶ୍ୱବିଦ୍ୟାଳୟରୁ ଖେଲୋ ଇଣ୍ଡିଆରେ ସାମିଲ ହୋଇଛନ୍ତି ମାତ୍ର ୪୯ ଜଣ ।

Advertisment

publive-image

ଖେଳୁ ନାହାଁନ୍ତି କି ଓଡ଼ିଆ ପିଲା? ଯୋଗ୍ୟତା ଅର୍ଜନରେ କାହିଁକି ବିଫଳ ଓଡ଼ିଆ? ଏଭଳି କିଛି ପ୍ରଶ୍ନ ଏଥି ପାଇଁ ଉଠୁଛି କାରଣ, ଶନିବାର ଉଦ୍ଘାଟିତ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଅତି ନଗଣ୍ୟ । ସାରାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ମେଗା ଇଭେଂଟରେ ସାମିଲ ହୋଇଛନ୍ତି । ହେଲେ ଆପଣ ଜାଣନ୍ତି ଏଥିରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟରୁ କେତେ ଜଣ ଖେଳାଳି ସାମିଲ ହୋଇଛନ୍ତି?

-ଓଡ଼ିଶାର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ଖେଲୋ ଇଣ୍ଡିଆରେ ସାମିଲ ହୋଇଛନ୍ତି ମାତ୍ର ୪୯ ଜଣ

-ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୨୫ ଜଣ

-ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମାତ୍ର ୧୯ ଜଣ

-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ମାତ୍ର ୪ ଜଣ

- ଏବଂ ରେଭେନ୍ସା ବିଶ୍ୱବିଦ୍ୟାୟରୁ ସାମିଲ ହୋଇଛନ୍ତି ଜଣେ ଖେଳାଳି

publive-image

ବଡ଼ କଥା ହେଉଛି ସରକାରୀ ବିଶ୍ୱବିଦ୍ୟାଳୟଠାରୁ ବହୁ ଆଗରେ ରହିଛି ଘରୋଇ ବିଶ୍ୱବିଦ୍ୟାଳୟ । କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ହିଁ ୯୯ ଜଣ ଛାତ୍ରଛାତ୍ରୀ ଖେଲୋ ଇଣ୍ଡିଆରେ ସାମିଲ ହୋଇଛନ୍ତି ।

ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମିଶାଇ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ୧୫୯ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।

-ଓଡ଼ିଶାର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ମାତ୍ର ୪ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି

- ୯ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ଜଣେ ହେଲେ ଛାତ୍ରଛାତ୍ରୀ ଏଥିରେ ଭାଗ ହିଁ ନେଇପାରି ନାହାଁନ୍ତିି

- ସରକାରୀ ଓ ଘରୋଇ ମିଶାଇ ଓଡ଼ିଶାର ମୋଟ୍ ୨୪ଟି ବିଶ୍ୱବିଦ୍ୟାଳୟରୁ ମାତ୍ର ୫ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ମେଗା ଇଭେଂଟରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି

-ସାରା ଦେଶରୁ ୩ ହଜାର ୪ଶହ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିବା ବେଳେ ଏଥିରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୧୪୮

publive-image

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ନେଇ ଆମେ ଦେଶର କ୍ରୀଡ଼ା କ୍ୟାପିଟାଲ୍ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ବେଳେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଏହି ଅନାଗ୍ରହ, କେଉଁ ଦିଗକୁ ଇସାରା କରୁଛି । ଆଉ କେଉଁ କାରଣରୁ ଓଡ଼ିଆ ଛାତ୍ରଛାତ୍ରୀ ଯୋଗ୍ୟତା ପର୍ଯ୍ୟାୟରେ ଉତିନ୍ନ ହୋଇପାରୁ ନାହାଁନ୍ତି ତାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନବାଚୀ ।