କନକ ବ୍ୟୁରୋ: କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ବିଶ୍ୱବଦ୍ୟାଳୟ କ୍ରୀଡ଼ା ଆରମ୍ଭ ହୋଇଛି । ହେଲେ ଏତେ ବଡ଼ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟାକୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶାର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ମାତ୍ର ୪ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି । ୯ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ଜଣେ ହେଲେ ଛାତ୍ରଛାତ୍ରୀ ଏଥିରେ ଭାଗ ହିଁ ନେଇପାରି ନାହାଁନ୍ତିି । ସରକାରୀ ବିଶ୍ୱବିଦ୍ୟାଳୟରୁ ଖେଲୋ ଇଣ୍ଡିଆରେ ସାମିଲ ହୋଇଛନ୍ତି ମାତ୍ର ୪୯ ଜଣ ।
ଖେଳୁ ନାହାଁନ୍ତି କି ଓଡ଼ିଆ ପିଲା? ଯୋଗ୍ୟତା ଅର୍ଜନରେ କାହିଁକି ବିଫଳ ଓଡ଼ିଆ? ଏଭଳି କିଛି ପ୍ରଶ୍ନ ଏଥି ପାଇଁ ଉଠୁଛି କାରଣ, ଶନିବାର ଉଦ୍ଘାଟିତ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଅତି ନଗଣ୍ୟ । ସାରାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ମେଗା ଇଭେଂଟରେ ସାମିଲ ହୋଇଛନ୍ତି । ହେଲେ ଆପଣ ଜାଣନ୍ତି ଏଥିରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟରୁ କେତେ ଜଣ ଖେଳାଳି ସାମିଲ ହୋଇଛନ୍ତି?
-ଓଡ଼ିଶାର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ଖେଲୋ ଇଣ୍ଡିଆରେ ସାମିଲ ହୋଇଛନ୍ତି ମାତ୍ର ୪୯ ଜଣ
-ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୨୫ ଜଣ
-ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ମାତ୍ର ୧୯ ଜଣ
-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ମାତ୍ର ୪ ଜଣ
- ଏବଂ ରେଭେନ୍ସା ବିଶ୍ୱବିଦ୍ୟାୟରୁ ସାମିଲ ହୋଇଛନ୍ତି ଜଣେ ଖେଳାଳି
ବଡ଼ କଥା ହେଉଛି ସରକାରୀ ବିଶ୍ୱବିଦ୍ୟାଳୟଠାରୁ ବହୁ ଆଗରେ ରହିଛି ଘରୋଇ ବିଶ୍ୱବିଦ୍ୟାଳୟ । କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ହିଁ ୯୯ ଜଣ ଛାତ୍ରଛାତ୍ରୀ ଖେଲୋ ଇଣ୍ଡିଆରେ ସାମିଲ ହୋଇଛନ୍ତି ।
ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମିଶାଇ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ୧୫୯ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।
-ଓଡ଼ିଶାର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ମାତ୍ର ୪ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି
- ୯ଟି ସରକାରୀ ବିଶ୍ୱବିଦ୍ୟାଳୟରୁ ଜଣେ ହେଲେ ଛାତ୍ରଛାତ୍ରୀ ଏଥିରେ ଭାଗ ହିଁ ନେଇପାରି ନାହାଁନ୍ତିି
- ସରକାରୀ ଓ ଘରୋଇ ମିଶାଇ ଓଡ଼ିଶାର ମୋଟ୍ ୨୪ଟି ବିଶ୍ୱବିଦ୍ୟାଳୟରୁ ମାତ୍ର ୫ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ମେଗା ଇଭେଂଟରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି
-ସାରା ଦେଶରୁ ୩ ହଜାର ୪ଶହ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିବା ବେଳେ ଏଥିରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୧୪୮
ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ନେଇ ଆମେ ଦେଶର କ୍ରୀଡ଼ା କ୍ୟାପିଟାଲ୍ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ବେଳେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଏହି ଅନାଗ୍ରହ, କେଉଁ ଦିଗକୁ ଇସାରା କରୁଛି । ଆଉ କେଉଁ କାରଣରୁ ଓଡ଼ିଆ ଛାତ୍ରଛାତ୍ରୀ ଯୋଗ୍ୟତା ପର୍ଯ୍ୟାୟରେ ଉତିନ୍ନ ହୋଇପାରୁ ନାହାଁନ୍ତି ତାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନବାଚୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/vlcsnap-2020-02-23-07h15m00s661.png)
/kanak/media/post_attachments/wp-content/uploads/2020/02/vlcsnap-2020-02-23-07h15m05s291.png)
/kanak/media/post_attachments/wp-content/uploads/2020/02/vlcsnap-2020-02-23-07h15m10s290.png)
/kanak/media/post_attachments/wp-content/uploads/2020/02/vlcsnap-2020-02-23-07h15m15s663.png)