ଆଜିଠୁ ୟୁନିଭର୍ସିଟି ଖେଲୋ ଇଣ୍ଡିଆ ଆରମ୍ଭ: କଟକ ଇଣ୍ଡୋର ଷ୍ଟାଡିୟମରେ ସଂଧ୍ୟାରେ ଉଦଘାଟନ; ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜିଠୁ ୟୁନିଭର୍ସିଟି ଖେଲୋ ଇଣ୍ଡିଆ ଆରମ୍ଭ: କଟକ ଇଣ୍ଡୋର ଷ୍ଟାଡିୟମରେ ସଂଧ୍ୟାରେ ଉଦଘାଟନ; ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଆଜିଠୁ ୟୁନିଭର୍ସିଟି ଖେଲୋ ଇଣ୍ଡିଆ ଆରମ୍ଭ ହେଉଛି । ଓଡିଶାର କଟକ ଇଣ୍ଡୋର ଷ୍ଟାଡିୟମରେ ସଂଧ୍ୟାରେ ଏହାର ରହିଛି ଉଦଘାଟନ । ଭିଡିଓ କନଫରେନ୍ସିଂରେ ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉତ୍ସବରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକର୍ଷଣର କେନ୍ଦ୍ର ରହିବ ସୋନା ମହାପାତ୍ରଙ୍କ ମ୍ୟୁଜିକାଲ୍ ସୋ ।  ସଂଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ଏହାର ଭିଡିଓ କନଫରେନସିଂରେ ଉଦଘାଟନ କରାଯିବା ସମୟ ଧାର୍ଯ୍ୟ ହୋଇଛି । ଖେଲୋ ଇଣ୍ଡିଆରେ ପ୍ରାୟ ୩ ହଜାର ୫ ଶହ ଖେଳାଳି ରହିଛି । ସେହିପରି ୭ ହଜାର ଖେଳାଳି ଟେକନିକାଲ ଷ୍ଟାଫ ଓ ସପୋର୍ଟ ଷ୍ଟାଫ ରହିଛନ୍ତି । କଟକ ଓ ଭୁବନେଶ୍ୱରରେ ମୋଟ୍ ୧୭ଟି ବର୍ଗରେ ଏହି କ୍ରୀଡା ଅନୁଷ୍ଠିତ ହେବ । ହକି ବିଶ୍ୱକପ୍ ଓ ଜାତୀୟ ଟେବୁଲ ଟେନିସ ପରି ବଡ ଟୁର୍ଣ୍ଣାମେଂଟ ଆୟୋଜନ ଓଡିଶା କରିସାରିବେ ପରେ ଖେଲୋଇଣ୍ଡିଆ ଏକ ବଡ ସୁଯୋଗ ଆଣିଦେଇଛି ।

publive-image

୫ କୋଟିରୁ ଅଧିକ ଖର୍ଚ୍ଚ

ବିଶ୍ବବ୍ୟାପୀ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଖୁବ୍ ଲୋକପ୍ରିୟ ଏବଂ ଗୁରୁତ୍ବପୂର୍ଣ୍ଣ। ଏହି ଧାରାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ଭାରତ ପାଇଁ ଅନେକ ଅଲିମ୍ପିଆନ୍ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଭାରତୀୟ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦେଶକ । ଅଲିମ୍ପିକ୍ସ ପରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଦ୍ବିତୀୟ ପ୍ରମୁଖ ବୋଲି ଦାବି କରିଥିଲେ। ଓଡ଼ିଶାରେ ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିବାରୁ ସେ ଖୁସି ଜାହିର କରିଥିଲେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦେଶକ । ମାତ୍ର ୩ ମାସ ମଧ୍ୟରେ ଏହା ପ୍ରସ୍ତୁତ ହୋଇଥିବାରୁ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ ମଧ୍ୟ ସମ୍ପୂର୍ଣ୍ଣ ଦଳକୁ ପ୍ରଶଂସା କରିଥିଲେ।

publive-image

କିଟ୍ ବିଶ୍ବବିଦ୍ୟାଳୟ ରାତାରାତି ସବୁକିଛି ପ୍ରସ୍ତୁତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ୧୦ ଦିନିଆ ଏହି ପ୍ରତିଯୋଗିତାରେ ୧୫୭ ବିଶ୍ବବିଦ୍ୟାଳୟରୁ ୩୩୪୩ ଖେଳାଳି ଭାଗ ନେଉଛନ୍ତି। କଟକ ଏବଂ ଭୁବନେଶ୍ବରର ୧୦ ଷ୍ଟାଡିୟମ୍ୟରେ ମୋଟ ୧୭ଟି ଖେଳ ଶୃଙ୍ଖଳାରେ ପ୍ରତିଯୋଗିତା ହେବ। ମୋଟ ୨୦୬ ସ୍ବର୍ଣ୍ଣ, ୨୦୬ ରୌପ୍ୟ ଏବଂ ୨୮୬ କାଂସ୍ୟ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ଖେଳାଳିମାନେ। ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କିନ୍ତୁ କଟକରେ ଉପସ୍ଥିତ ରହିବେ। ଷ୍ଟାର୍ ଷ୍ଟୋର୍ଟସ ଏବଂ ଡିଡିରେ ଏହା ସିଧାପ୍ରସାରଣ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe