କନକ ବ୍ୟୁରୋ: ଅର୍ପଣ ଚାଉଳରୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ହୋଇଛି ଖେଚୁଡି । ଅର୍ପଣ ଚାଉଳରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି, କାନିକା, ମିଠା ଅନ୍ନ । ଏହାକୁ ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ପ୍ରସାଦକୁ ବେଶ ଶ୍ରଦ୍ଧରେ ସେବନ କରିଛନ୍ତି ଭକ୍ତ । ଅର୍ପଣ ଚାଉଳରେ ପ୍ରସ୍ତୁତ, ପ୍ରସାଦ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ସିଂହଦ୍ୱାର ଛଡା ଅନ୍ୟ ଦ୍ୱାରରେ ଭକ୍ତଙ୍କୁ ବଂଟନ କରାଯାଇଛି ।

ଶ୍ରଦ୍ଧାର ଅର୍ପଣ, ଆଶୀର୍ବାଦର ପ୍ରସାଦ ହୋଇ ଫେରିଛି । ଶ୍ରୀକ୍ଷେତ୍ରରେ ଭକ୍ତଙ୍କୁ ମାଗଣାରେ ବଂଟାଯାଇଛି ମହାପ୍ରଭୁଙ୍କ ପ୍ରସାଦ । ଅର୍ପଣ ଚାଉଳରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି, କାନିକା, ମିଠା ଅନ୍ନ । ଯାହାକୁ ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଗଂଜାମରୁ ଆସିଥିବା ଅର୍ପଣ ଚାଉଳରେ ପ୍ରସ୍ତୁତ ଖେଚୁଡ଼ି ଶ୍ରଦ୍ଧାଳୁଙ୍କୁ ଦିଆଯାଇଛି । ଆଉ ପ୍ରସାଦକୁ ବେଶ ଶ୍ରଦ୍ଧରେ ସେବନ କରିଛନ୍ତି ଭକ୍ତ ।

ଅର୍ପଣ ଚାଉଳରେ ପ୍ରସ୍ତୁତ, ପ୍ରସାଦ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ସିଂହଦ୍ୱାର ବ୍ୟତିତ ଉତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ଭକ୍ତଙ୍କୁ ବଂଟନ କରାଯାଇଛି । ସକାଳ ଧୂପ ପରେ ୧୦ ହାଣ୍ଡି ଖେଚୁଡ଼ି, ଭକ୍ତଙ୍କୁ ବଂଟା ଯାଇଥିବା ବେଳେ ପ୍ରଥମ ହଣ୍ଡା କାନିକା ବଂଟିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେହିପରି ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପରେ ପ୍ରାୟ ୧୦୦ ହାଣ୍ଡି ପ୍ରସାଦ ବଂଟନ କରାଯାଇଛି । ତେବେ ପ୍ରତି ଧୂପ ପରେ ମହାପ୍ରଭୁଙ୍କ ନିକଟରେ ଲାଗି ହେଉଥିବା ପାନରେ ଗୁଆ ବ୍ୟବହାର କରାଯାଉଛି । ନଡ଼ିଆ ମଧ୍ୟ ମହାପ୍ରଭୁଙ୍କୁ ଲାଗି ହେଉଥିବା ବିଭିନ୍ନ ପ୍ରକାର ପିଠାପଣାରେ ବ୍ୟବହାର କରାଯିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରାରାଜ୍ୟରୁ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ଅର୍ପଣ କରିଥିବା ଚାଉଳ, ଗୁଆ ଓ ନଡ଼ିଆ ସଂଗୃହିତ ହୋଇଥିଲା । ଏହି ସଂଗୃହିତ ଚାଉଳର କ’ଣ ହେବ ବୋଲି କିଛି ଲୋକ ପ୍ରଶ୍ନ ଉଠାଇଥିଲେ । ହେଲେ ଏହି ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏକ ସ୍ୱତନ୍ତ୍ର ସବକମିଟି ଗଠନ ହେବା ସହ ସେଇ ଅର୍ପଣ ଚାଉଳରେ ଖେଚୁଡ଼ି, କାନିକା, ମିଠା ଅନ୍ନ ପ୍ରସ୍ତୁତ କରି ଶ୍ରଦ୍ଧାଳୁଙ୍କୁ ବଂଟାଯାଇଛି ।

ପ୍ରତି ସପ୍ତାହରେ ଚାଉଳର ମାନ ନିର୍ଦ୍ଧାରଣ କରାଯିବ । ଆଉ ଏହା ପରେ ଭୋଗ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁଙ୍କୁ ବଂଟା ଯିବା ନିଷ୍ପତି ହୋଇଛି । ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।