ଅର୍ପଣ ରଥରୁ ସଂଗୃହିତ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡି ଏବଂ କାନିକା: ରବିବାରଠୁ ମାଗଣାରେ ଭକ୍ତଙ୍କୁ କରାଯିବ ବଣ୍ଟନ

139

କନକ ବ୍ୟୁରୋ: ଅର୍ପଣ ରଥରୁ ସଂଗୃହୀତ ଚାଉଳରୁ ପ୍ରସ୍ତୁତ ହେବ ଖେଚୁଡି ଓ କାନିକା । ଅକ୍ଷତ ଚାଉଳର ମାନ ପରୀକ୍ଷା ପରେ ପ୍ରସାଦ ପ୍ରସ୍ତୁତ ହେବ । ଚାଉଳର ମାନ ପରୀକ୍ଷା କରି ରିପୋର୍ଟ ଦେବେ ଭିତରଛ ମହାପାତ୍ର, ତଳୁଛ ମହାପାତ୍ର ଓ ଚାଉଳ ପରିଚ୍ଛା । ତେବେ ୪ କେଜି ଚାଉଳକୁ ପରୀକ୍ଷା ମୂଳକ ଭାବେ ଅନୁଧ୍ୟାନ କରାଯାଇଛି । ଆସନ୍ତା ରବିବାରଠାରୁ ଖେଚୁଡି ଓ କାନିକା ପ୍ରସ୍ତୁତ ହୋଇ ଭକ୍ତଙ୍କୁ ମାଗଣାରେ ବଂଟନ କରାଯିବ । ସିଂହଦ୍ୱାର ବ୍ୟତିତ ତିନି ଦ୍ୱାରରେ ଭକ୍ତମାନଙ୍କୁ ପ୍ରତିଦିନ ୩୦ରୁ ୫୦ ହାଣ୍ଡି ଖେଚୁଡି ବଂଟନ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ପ୍ରତି ୭ ଦିନରେ ଥରେ ବଂଟନ ବ୍ୟବସ୍ଥାର ଯାଂଚ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସଂପାଦକ ସୂଚନା ଦେଇଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ବୁଲିଥିବା ଅର୍ପଣ ରଥରୁ ସଂଗୃହତି ୧୨ ହଜାର କ୍ୱିଂଟାଲ ଅକ୍ଷତ ଚାଉଳକୁ ଯାଂଚ କରିବାକୁ ଦାବି ହୋଇଛି ।