ବିଦ୍ୟା ପାଇଁ ବୟସର ଆବଶ୍ୟକତା ନାହିଁ : ୮୦ ବର୍ଷ ବୟସରେ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ ହେଲେ ଅବସରପ୍ରାପ୍ତ ମେଜର୍ ଧନୀରାମ୍ 

170

ଶିକ୍ଷା ପାଇଁ ନଥାଏ କିଛି ବୟସ । ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଥିଲେ ଯେ କେହି ବି ଉଚ୍ଚଶିକ୍ଷା ହାସଲ କରିପାରିବ । ସମସ୍ତେ ଉଚ୍ଚଶିକ୍ଷା ହାସଲ କରନ୍ତି ଚାକିରି କରିବା ପାଇଁ , କିନ୍ତୁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯିଏକି ଚାକିରିରୁ ଅବସର ନେବା ପରେ ବି ଉଚ୍ଚଶିକ୍ଷା ପାଇଁ ମନ ବଳାନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପିଥୌରାଗଢ ଜିଲ୍ଲା ଗଙ୍ଗୋଲୀହାଟରେ । ୮୦ ବର୍ଷ ବୟସରେ ମନରେ ପାଠ ପ୍ରତି ଥିବା ଦୁର୍ବଳତାକୁ ପରିପ୍ରକାଶ କରିଛନ୍ତି । କେବଳ ପରିପ୍ରକାଶ କରିଛନ୍ତି ତାହା ନୁହେଁ ଏହାକୁ ପ୍ରମାଣ କରି ମଧ୍ୟ ଦେଖାଇଛନ୍ତି ।

ସୂଚନାନୁସାରେ, ଖଟିମାର ଜଣେ ୮୦ ବର୍ଷିୟ ଅବସରପ୍ରାପ୍ତ ସିଆରପିଏଫ ଯବାନ ମେଜର ରାଷ୍ଟ୍ରିୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାରେ ପରୀକ୍ଷା ଦେଇ ଦଶମ ଶ୍ରେଣୀ ପାସ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପରୀକ୍ଷାରେ ସେ ୬୦ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ମେଜରଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ମେଜର କହିଛନ୍ତି , ଶିକ୍ଷା ଗ୍ରହଣ କଲେ ହିଁ ଜଣେ ଉନ୍ନତି କରିପାରିବ । ଯଦି ଠିକ ସମୟରେ ମାଟ୍ରିକ ପାସ କରିଥାନ୍ତି ତାହାଲେ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ଭାବେ ଅବସର ଗ୍ରହଣ କରିଥାନ୍ତି । ତଥାପି ଏହି ବୟସରେ ମାଟ୍ରିକ ପାସ କରି ମୁଁ ବହୁତ ଖୁସି ।

୩୦ ନଭେମ୍ବର ୧୯୯୫ ରେ ସେ ସିଆରପିଏଫରୁ ଅବସର ଗ୍ରହଣ କରିଥିଲେ । କିନ୍ତୁ ମାଟ୍ରିକ ପାସ କରିନଥିବାରୁ ତାଙ୍କୁ ଅବସର ଯାଏଁ ମଧ୍ୟ ପଦନ୍ନୋତି ମିଳି ପାରିନଥିଲା । ତେଣୁ ଦାନୀ ରାମ ଅବସର ଗ୍ରହଣ କରିବା ପରେ ମଧ୍ୟ ମାଟ୍ରିକ ପାସ କରିବାକୁ ମନ ବଳାଇଥିଲେ । ୧୮ ନଭେମ୍ବର ୧୯୪୦ ରେ ମେଜରଙ୍କ ଜନ୍ମ ଅଷ୍ଟମ ଶ୍ରେଣୀ ଯାଏଁ ଶିକ୍ଷା ଗ୍ରହଣ କରି ୧୯୬୦ ରେ ସେ ପ୍ରଦେଶିକ ସେନା ଆଇଆର ବାଟାଲିୟନରେ ସାମିଲ ହୋଇଥିଲେ ।