ଗାଁ ଗହଳିକୁ ଗରମ କରୁଥିଲା ଗେରୁଆ ଦଳର ଜବାବ ମାଗୁଛି ଓଡ଼ିଶା ପୋଷ୍ଟର, ସାଢ଼େ ୪ କୋଟି ଓଡ଼ିଆ ଦେଲେ କି ଉତ୍ତର ?
କେବଳ ଜବାବ ନୁହେଁ ବିଭିନ୍ନ ପ୍ରସଙ୍ଗ ନେଇ ଚଳିତ ନିର୍ବାଚନରେ ଓଡ଼ିଶାକୁ ଦଖଲ କରିବା ପାଇଁ ଗେରୁଆ ଦଳ କମର କଷିଥିଲା । ଅନ୍ୟପଟେ ବିଜେଡି ସୁପ୍ରିମୋ ପଞ୍ଚାୟତ ନିର୍ବାଚନରେ ହୋଇଥିବା ତ୍ରୁଟିକୁ ସୁଧାରି ଖୋଦ୍ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ।
କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ଏବେ ଛକ ଛକରେ ଚାଲିଛି ହିସାବ କିତାବ । କେଉଁ ଦଳ କେଉଁଠି କେତେ ସିଟ୍ ପାଇଲା ତାକୁ ନେଇ ଗାଁ ଗହଳିର ରାଜନୀତି ଚାଣକ୍ୟମାନେ ଅଙ୍କ କଷୁଛନ୍ତି । ଆଉ ଏହାରି ମଧ୍ୟରେ ଖଟିରେ ଏବେ ପୁରୁଣା ପାଠର ପୁନରାବୃତ୍ତି ହେଉଥିବା ଶୁଣିବାକୁ ମିଳୁଛି । ଲୋକେ କହୁଛନ୍ତି କି, ପଞ୍ଚାୟତ ନିର୍ବାଚନ ପରଠାରୁ ଯେଉଁ ଗେରୁଆ ଦଳ ଶାସକ ବିଜେଡି ବିରୋଧରେ ଗର୍ଜନ କରି , ଗାଁ ଗହଳି ବୁଲିବୁଲି ଜବାବ ମାଗୁଥିଲା ତାହା ବୋଧେ ୧୯ ଯୁଦ୍ଧରେ ତାଙ୍କୁ ମିଳିଯାଇଛି । ବିଭିନ୍ନ ପ୍ରସଙ୍ଗ ନେଇ ୧୯ ନିର୍ବାଚନୀ ଯୁଦ୍ଧକୁ ଜିତିବା ପାଇଁ ଗେରୁଆ ଦଳ କରିଥିବା ଗୋଟିଚାଳନା ଫସର ଫାଟିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପରିକି ମିଶନ ୧୨୦ ପ୍ଲସ୍ ସ୍ୱପ୍ନ ଦେଖୁଥିବା ପଦ୍ମ ଶିବିରକୁ ଜୋରଦାର ଝଟକା ଲାଗିଛି ବୋଲି ଖଟିରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ୧୪୬ଟି ବିଧାନସଭା ଆସନରୁ ଚଳିତ ନିର୍ବାଚନରେ ବିଜେପି ଖାତାକୁ ଯାଇଛି ମାତ୍ର ୨୩ଟି ସିଟ୍ । ସବୁଠାରୁ ବଡ଼କଥା ହେଲା କି, ବିଜେଡିକୁ ଚଳିତ ନିର୍ବାଚନରେ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଶୀର୍ଷ ନେତାମାନଙ୍କ ଗହଳି ଯେଉଁଭଳି ରାଜ୍ୟ ରାଜନୀତିକୁ ଉଷ୍ମ କରାଇଥିଲା ତାକୁ ବିଜେଡି ସୁପ୍ରିମୋଙ୍କ ମାଷ୍ଟର ଷ୍ଟ୍ରୋକ୍ ଘାଇଲା କରିଦେଇଛି ବୋଲି ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ବିଜେଡି ଜନ୍ମ ହେବା ପରଠାରୁ ଦଳରେ ରହିଥିବା ନେତାମାନଙ୍କର ମଧ୍ୟ ପଦ୍ମ ପୋଖରୀକୁ ଡ଼ିଆଁ ମାରିଥିଲେ । ଯାହା ଫଳରେ ୧୯ ଯୁଦ୍ଧ ପୂର୍ବରୁ ଗେରୁଆ କ୍ୟାମ୍ପରେ କମ୍ପନ ହୋଇଥିଲା ଆଉ ପଲ୍ଲୀରୁ ରାଜଧାନୀ ସବୁଠି ବିଜେପିର ଜବାବ୍ ମାଗୁଛି ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା ଦଳ । ହେଲେ ଫଳ ମିଳିଲା ଜିରୋ ।
କେବଳ ଜବାବ ନୁହେଁ ବିଭିନ୍ନ ପ୍ରସଙ୍ଗ ନେଇ ଚଳିତ ନିର୍ବାଚନରେ ଓଡ଼ିଶାକୁ ଦଖଲ କରିବା ପାଇଁ ଗେରୁଆ ଦଳ କମର କଷିଥିଲା । ଅନ୍ୟପଟେ ବିଜେଡି ସୁପ୍ରିମୋ ପଞ୍ଚାୟତ ନିର୍ବାଚନରେ ହୋଇଥିବା ତ୍ରୁଟିକୁ ସୁଧାରି ଖୋଦ୍ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । ଫଳରେ ବିଜେପିର ପ୍ରତିଟି ରାଜନୈତିକ ଅସ୍ତ୍ରକୁ ଫେଲ୍ କରିବାକୁ ସକ୍ଷମ ହୋଇଛନ୍ତି । ତେଣୁ ବିଜେପିର ମିଶନ୍ ୧୨୦ ପ୍ଲସ୍ ସ୍ୱପ୍ନକୁ ଧୂଳିସାତ୍ କରି ରାଜ୍ୟରେ ପୁଣିଥରେ କ୍ଷମତାକୁ ଫେରିଛନ୍ତି ବୋଲି ଛକଛକରେ ବସୁଥିବା ରାଜନୀତି ପଣ୍ଡିତ ମଧ୍ୟରେ ଆଲୋଚନା ହେଉଛି ।
ଗୋଟିଏ ପଟେ ବିଜେଡି ସୁପ୍ରିମୋ ତ ଅନ୍ୟପଟେ ଦିଲ୍ଲୀ ଦରବାରର ବିଜେପି ଶୀର୍ଷ ନେତା । ମାଳମାଳ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମାଗମକୁ ନବୀନଙ୍କ ପଦୁଟିଏ କଥା ଆପଣମାନେ ଖସି ତ? ମଧ୍ୟରେ କଡ଼ା ଟକ୍କର ହୋଇଥିଲା ବୋଲି ଖଟିରେ ଚର୍ଚ୍ଚା ହେଉଛି । ଯେଉଁଥିରେ ନବୀନ ବିଜେପି ଉପରେ ଭାରି ପଡ଼ିଥିଲେ, ଆଉ ବିଜେପିର ଜବାବ୍ ମାଗୁଛି ଓଡ଼ିଶା ଅଭିଯାନକୁ ଗୋଟିଏ ଷ୍ଟ୍ରୋକରେ ମାତ୍ ଦେଇଥିଲେ । ତେଣୁ ଫଳାଫଳ ଆଜି ଏଭଳି ହୋଇଛି, ପଞ୍ଚମଥର ନବୀନ ବନିଛନ୍ତି ଓଡ଼ିଶାର ବାଦଶାହ ବୋଲି ଖଟିରେ ଚର୍ଚ୍ଚା ହେଉଛି ।