ରିପୋର୍ଟରଙ୍କ ହାତରେ ନେତାଙ୍କ ରିପୋର୍ଟ କାର୍ଡ । ଗାଁରୁ ରାଜଧାନୀ ଆସୁଛି ଫୋନ୍ କଲ, ପ୍ରଶ୍ନ-ଭାଇ ମୁଁ ଟିକେଟ୍ ପାଇବି ତ ?

ସେଥିପାଇଁ ଏବେ ଯୁଆଡ଼େ ଗଲେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ଘନଘନ ଫୋନ୍ କଲ୍ ଆସୁଛି । ପ୍ରଶ୍ନ- ଭାଇ ମୁଁ ଏଥର ଟିକେଟ୍ ପାଇବି ତ? ମୋ ବିଷୟରେ ପାୱାର କରିଡ଼ରରେ କିମ୍ବା ଦଳରେ ଆଲୋଚନା ହେଉଛି କି ?

706

କନକ ବ୍ୟୁରୋ: ଅନେକ ସମୟରେ ରାଜନୀତି ଗସିପ୍ ହେଉ କିମ୍ବା ବିଭନ୍ନ ଦଳର ଅନ୍ଦରମହଲ ଖବର ନେତାଙ୍କ ଅପେକ୍ଷା ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ଅଧିକ ରହିଥାଏ । ଆଗାମୀ ନିର୍ବାଚନରେ ବିଭିନ୍ନ ଦଳରେ କେଉଁ ନେତାଙ୍କୁ ଟିକେଟ୍ ମିଳିବ ଆଉ କାହାକୁ ମିଳିବ ନାହିଁ ସେନେଇ ସାମ୍ବାଦିକଙ୍କ ପାଖରେ ରହିଛି ଭିତିରି ଖବର । ସେଥିପାଇଁ ଏବେ ଯୁଆଡ଼େ ଗଲେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ଘନଘନ ଫୋନ୍ କଲ୍ ଆସୁଛି । ପ୍ରଶ୍ନ- ଭାଇ ମୁଁ ଏଥର ଟିକେଟ୍ ପାଇବି ତ? ମୋ ବିଷୟରେ ପାୱାର କରିଡ଼ରରେ କିମ୍ବା ଦଳରେ ଆଲୋଚନା ହେଉଛି କି ? ଆଉ ଆଶୟୀ ପ୍ରାର୍ଥୀଙ୍କ ଏଭଳି କିଛି ଫୋନ୍ କଲ୍ ସାମ୍ବାଦିକ ମାନଙ୍କୁ ନାକେ ଦମ୍ କରିସାରିଲାଣି ।

ରାଜନୀତିର ଗୋଟିଏ ବିଛଣାରେ ବିଭିନ୍ନ ଦଳର ଅନେକ ଅପରିଚିତ ବ୍ୟକ୍ତି ଏକାଠି ହୋଇଥାନ୍ତି । ତାହା ଲୋକଙ୍କୁ ଦେଖାଯାଏ ନାହିଁ କିନ୍ତୁ ଯେତେବେଳେ ନିର୍ବାଚନ କଥା ଉଠେ ଆରମ୍ଭ ହୋଇଯାଏ ପ୍ରତିଯୋଗିତା । କ୍ଷମତାର ଲୋଭ ଏପରି ବଶବର୍ତ୍ତୀ କରିଦିଏ ଯେ, ଯେଉଁମାନେ ବିଜୟ ତିଳକ ପିନ୍ଧିବା ପରେ ଦିନେ ହେଲେ ଗାଁ ମାଡ଼ି ନଥିଲେ ସେମାନେ ଆଜି ଘର ଘର ବୁଲି ଆପଣଙ୍କ ସମସ୍ୟାକୁ ପଚାରି ବୁଝନ୍ତି । କିନ୍ତୁ ଏହି ନେତାଙ୍କ ରିପୋର୍ଟ କାର୍ଡକୁ ସ୍ଥାନୀୟ ଲୋକମାନଙ୍କ ଠାରୁ ଆରମ୍ଭ କରି ଦଳୀୟ ହାଇକମାଣ୍ଡଙ୍କ ପାଖରେ ପହଁଚାଇବାର ସୂତ୍ରଧାର ପାଲଟିଥାନ୍ତି ଗଣମାଧ୍ୟମ ପ୍ରତିନିଧି ।

ନିଜ ଅଞ୍ଚଳରେ ରହି ସ୍ଥାନୀୟ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ରାଜଧାନୀ ଛାତି ଉପରେଥିବା ସାମ୍ବାଦିକ ବନ୍ଧୁ ମାନଙ୍କ ଉପରେ ଏବେ ଭରସା କରିଛନ୍ତି ଆଶାୟୀ ପ୍ରାର୍ଥୀ ବୋଲି ଶୁଣିବାକୁ ମିଳୁଛି। କାରଣ ସମାଜରେ ନେତାଙ୍କ ଛବି ତିଆରି କରିବା ଏବଂ ବିଗାଡ଼ିବା ଜଣେ ଗଣମାଧ୍ୟ ପ୍ରତିନିଧି ହାତରେ ବେଶ୍ ରହିଥାଏ । କେଉଁ ସମସ୍ୟାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ତାହା ମଧ୍ୟ ସାମ୍ବାଦିକଙ୍କୁ ପୂର୍ବାଭାସ ହୋଇଥାଏ । ତେଣୁ ବିଭିନ୍ନ ଦଳରରେ ଆଗାମୀ ନିର୍ବାଚନ ପାଇଁ କେଉଁ ନେତା ତଥା ଆଶାୟୀ ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ ତାହା ଜାଣିବା ପାଇଁ ଏବେ ଗାଁରୁ ରାଜଧାନୀ ଆସୁଛି ଘନ ଘନ ଫୋନ୍ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପେଟ ବିଭିନ୍ନ ରାଜନୈତିକ ଦଳରେ ଟିକେଟ୍ ବଣ୍ଟାକୁ ନେଇ ମନ୍ଥନ ଚାଲୁଥିବା ଚର୍ଚ୍ଚା ହେଉଛି । ଯେଉଁମାନେ ତୃଣମୂଳ ସ୍ତରରେ ଜନତାଙ୍କ ସହ ଜଡ଼ିତ ଥିବେ ଏବଂ ବିଜୟ ସମ୍ଭାବନାକୁ ଶତ ପ୍ରତିଶତ ବଜାୟ ରଖୁଥିବେ ସେମାନଙ୍କ ପାଇଁ ଟିକେଟ୍ ଦ୍ୱାର ଖୋଲବେ ହାଇକମାଣ୍ଡ ବୋଲି ଶୁଣିବାକୁ ମିଳୁଛି ।