କନକ ବ୍ୟୁରୋ: ଦିଲ୍ଲୀରୁ ପଲ୍ଲୀ ଏବେ ଚାରିଆଡ଼େ କେବଳ ଗୋଟିଏ ଶବ୍ଦ ଶୁଭୁଛି ନାଟକର ନାଁ ପଲିଟିକ୍ସ । ପାଣିପାଗ ବଦଳିଲା ଭଳି ରାଜନୀତିର ରଙ୍ଗ ମଧ୍ୟ ବଦଳିବାରେ ଲାଗିଛି । ଖଟିରେ ଚର୍ଚ୍ଚା ହେଉଛି ଯେ, ବିଭିନ୍ନ ଦଳର ଶୀର୍ଷ ନେତା ଏହି ନାଟକର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଅନ୍ୟପଟେ ଏହି ନାଟକର ଖଳନାୟକ ଭୂମିକା ନେଇ ଶାସକ ଆଉ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଟଣା ଓଟରା । କାରଣ ଜନତା ଜନାର୍ଦ୍ଦନଙ୍କ ସମ୍ମୁଖରେ ନିଜ ନିଜର ଦଳୀୟ ଇମେଜକୁ ସ୍ୱଚ୍ଛ ଦେଖାଇ ଅନ୍ୟକୁ ଖଳନାୟକ ଦର୍ଶାଇବାକୁ ପଲିଟିକ୍ସ ନାଟକରେ ଚାଲିଛି ପ୍ରସ୍ତୁତି ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି ।

Advertisment

publive-imageଅନ୍ୟପଟେ ଏହି ‘ପଲିଟିକ୍ସ’ ନାଟକ ରାଜନୀତି ବା ନିର୍ବାଚନୀ ସିନେମା ହଲରେ ରିଲିଜ୍ ହୋଇଯାଇଥିବା ଖଟିରେ ଚର୍ଚ୍ଚା ଜୋର ଧରିଛି । କାରଣ ଆସନ୍ତା ନିର୍ବାଚନ ପୂର୍ବରୁ ଦିଲ୍ଲୀରୁ ରାଜ୍ୟ ନେତାଙ୍କୁ ଆସୁଛି ସମନ ଆଉ ରାଜ୍ୟରେ କ୍ଷମତାସୀନ ଥିବା ସରକାର ଦେଉଛନ୍ତି ବିରୋଧୀ ନେତାଙ୍କୁ ନୋଟିସ୍ ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି । ଯାହାକି ଦର୍ଶାଉଛି ରାଜନୀତି ପାଣିପାଗ ପାରଦ ଧିରେ ଧିରେ ଉଷ୍ମ ହେବାକୁ ଲାଗିଲାଣି । ଯିଏ ଗତ କିଛି ବର୍ଷ ତଳେ ରାଜନୀତିର ଗୋଟିଏ ବିଛଣାରେ ଏକାଠି ହୋଇ ଶୋଇଥିଲେ ଆଜି ସିଏ କଡ଼ ଲେଉଟାଇ ସାତ ପର ହୋଇଗଲେ । ଆଉ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପର ରାଜନୀତି ।

publive-imageକେତେବେଳେ ସିବିଆଇ ଆଉ କେତେବେଳେ କ୍ରାଇମବ୍ରାଞ୍ଚ ତ ଆଉ କେତେବେଳେ ପୋଲିସ୍ ନିଭାଉଛି ସାଇଡ୍ ରୋଲ୍ ବୋଲି ଖଟିର ହଟ୍ ଟପିକ୍ ପାଲଟିଛି । କେନ୍ଦ୍ର ଓ ରାଜ୍ୟର ହାଇକମାଣ୍ଡଙ୍କ ହାତରେ କ୍ଷମତାର ଡ଼ୋରୀ ଥିବା ଯୋଗୁଁ ଉଭୟ ରଚୁଛନ୍ତି ପଲିଟିକାଲ୍ ଡ୍ରାମା । ବିରୋଧୀ ହୁଅନ୍ତୁ କି ଶାସକ ଦଳ ‘ପଲିଟିକ୍ସ’ ନାଟକରେ ବାନ୍ଧି ଅନ୍ୟକୁ ଖଳନାୟକ କରି ଦର୍ଶକଙ୍କ ମନ ଜିଣିବାକୁ ଚାଲିଛି ପ୍ରୟାସ ।

publive-imageଅନ୍ୟପଟେ ଚା’ଖଟିର ହଟ୍ ଟପିକ୍ ଏବେ ନାଟକ ପଲିଟିକ୍ସ ପାଲଟିଥିବା ଶୁଣିବାକୁ ମିଳିଛି । ନିର୍ବାଚନୀ ଋତୁରେ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ କିଏ କେତେବେଳେ କେଉଁ ଭୂମିକାରେ ନଜର ଆସିବ ତାକୁ ନେଇ ମଧ୍ୟ ସସପେନ୍ସ ଭରି ଦେଉଛି ଏହି ନାଟକ ପଲିଟିକ୍ସ । ଜନତାଙ୍କ ପାଇଁ ପ୍ରତି ୫ ବର୍ଷରେ ଥରେ ଏଭଳି ପଲିଟିକାଲ୍ ଡ୍ରାମାକୁ ନେଇ ଆସୁଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ଶୀର୍ଷ ନେତା । ଯାହାର ଫଳାଫଳ ନିର୍ବାଚନ ଭୋଟଗଣତି ପରେ ମିଳିବ ବୋଲି ଅପେକ୍ଷାରେ ରହିଛନ୍ତି ରାଜନେତା ।