‘ହାତ’ ଛିଣ୍ଡାଇଦେଲା ‘ପଦ୍ମ’ ପାଖୁଡ଼ା, ଭୁଶୁଡ଼ିଲା ବିଜେପି ଗଡ଼ । ଆସିଲା କି କଂଗ୍ରେସର ଅଛେ ଦିନ୍…ଖଟିରେ ଚର୍ଚ୍ଚା

ସାରା ଦେଶରେ ବିଜେପି ମ୍ୟାଜିକକୁ ଫିକା କରିଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ।

487

କନକ ବ୍ୟୁରୋ: ଯେଉଁ ସରକାର କେନ୍ଦ୍ରରେ ତିନ ତଲାକ ନେଇ ଅଧିକ ଗୁରୁତ୍ୱ ଦେଉଥିଲେ ତାଙ୍କୁ ଆଜି ମିଳିଛି ତିନ୍ ତଲାକ । ଏଭଳି ଚର୍ଚ୍ଚା ଗତକାଲିର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନୀ ଫଳାଫଳ ପରେ ଚର୍ଚ୍ଚା ଜୋର ଧରିଛି । ସାରା ଦେଶରେ ବିଜେପି ମ୍ୟାଜିକକୁ ଫିକା କରିଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ଆଉ ବିଜେପି ଶାସିତ ରାଜ୍ୟରୁ ପଦ୍ମ ପାଖୁଡ଼ାକୁ ଖସାଇ ହାତକୁ ଉଠାଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଏଭଳିକି ୫ଟି ରାଜ୍ୟ ମଧ୍ୟରୁ ୩ଟିରେ ବିଜେପିକୁ ଚିତ୍ ପଟାଙ୍ଗ କରିଦେଇଛନ୍ତି ରାହୁଲ ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି ।

୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟ ଉପରେ ଥିଲା ସମସ୍ତଙ୍କ ନଜର ଏବଂ ଏହାକୁ ସେମିଫାଇନାଲ ଭାବେ ଆକଳନ ମଧ୍ୟ କରାଯାଉଥିଲା । ବିଜେପି ପାଇଁ ଏହି ନିର୍ବାଚନ ଫଳାଫଳ ଆତ୍ମସମ୍ମାନ କଥା ଥିବାବେଳେ କଂଗ୍ରେସ ପାଇଁ ଥିଲା କର ବା ମର ସ୍ଥିତି । କାରଣ ଆଗକୁ ୨୦୧୯ ନିର୍ବାଚନ ଫାଇନାଲ ଲଢ଼େଇରେ ବିଜେପିର ବିଜୟଧାରାରେ ଲଗାମ ଲଗାଇ ‘ହାତ’କୁ ଉଠାଇବା ପାଇଁ କଂଗ୍ରେସର ଲକ୍ଷ୍ୟ ଥିଲା । ଏବଂ ତାହା ହିଁ କରିଦେଖାଇଲେ କଂଗ୍ରେସ ଯୁବରାଜ । ଗତକାଲିର ଫଳାଫଳ ପରେ ବିଜେପିକୁ ୫ଟି ରାଜ୍ୟ ମଧ୍ୟରୁ ୩ଟି ବିଜେପି ଶାସିତ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭୋଟରମାନେ ପ୍ରତ୍ୟାଖ୍ୟାନ କରିବାପରେ ବିଜେପିକୁ ଏହା ତିନ ତଲାକ ମିଳିଛି ବୋଲି ଚା’ଖଟିର ହଟ୍ ଟପିକ୍ ପାଲଟିଛି ।

congress vs bjpବିଜେପି ଶାସିତ ରାଜ୍ୟରେ ଯେଉଁ ଦମ୍ଭ ଦେଖାଉଥିଲା ବିଜେପି ତାହାକୁ ଶକ୍ତ ଝଟକା ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଏହି ୩ଟି ରାଜ୍ୟରେ ରାଜ୍ କରୁଥିବା ମୁଖିଆଙ୍କ ନିଦ ହଜାଇ ଧସେଇ ପସିଛି କଂଗ୍ରେସ । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ ମାଧ୍ୟମରେ ମୋଦି-ଶାହଙ୍କ ଯୋଡ଼ିକୁ ଝଟକା ଦେଇଛନ୍ତି ରାହୁଲ । ୨୦୧୪ ମସିହାରୁ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଗେରୁଆ କରିବାରେ ଲାଗି ପଡ଼ିଥିଲେ ମୋଦି-ଶାହ ଯୋଡ଼ି । ହେଲେ କଂଗ୍ରେସ ଯୁବରାଜ ରାହୁଲ ବିଜେପିକୁ ମାତ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଚାଲିଥିଲେ । ଏବଂ ମଉକା ଦେଖି ଚଉକା ମାରିଦେଲେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ସେହିଭଳି ମିଜୋରାମ ଏବଂ ତେଲେଙ୍ଗାନାରେ ଆଞ୍ଚଳିକ ଦଳର ଦବଦବା ରହିଛି । ଉଭୟ କଂଗ୍ରେସ ଓ ବିଜେପିର ସ୍ୱପ୍ନକୁ ଦୂଳିସାତ୍ କରିଦେଇଛନ୍ତି ଏହି ଦୁଇ ରାଜ୍ୟର ଆଞ୍ଚଳିକ ଦଳ ।