ସଙ୍କଟରେ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ ! ଦଳ ବିରୋଧୀ କାର୍ଯ୍ୟ ପାଇଁ ଓଡ଼ିଶାରୁ ଦିଲ୍ଲୀ ସମସ୍ତେ ଖପ୍ପା ।

ବାରମ୍ବାର ଦଳରେ ରହି ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣି ଦଳର ଇସ୍ତାହାର କମିଟି ପଦରୁ ବାଦ୍ ପଡ଼ିଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଏହାକୁ ଶ୍ରୀକାନ୍ତ ସହଜରେ ଗ୍ରହଣ କରିପାରି ନଥିଲେ ଶ୍ରୀକାନ୍ତ ଆଉ ତାପରେ ପିସିସିର ସମସ୍ତ ପଦରୁ ଇସ୍ତଫା ଦେବାପାଇଁ ନିଷ୍ପତି ନେଇଥିଲେ ଶ୍ରୀକାନ୍ତ ।

333

କନକ ବ୍ୟୁରୋ: କଂଗ୍ରେସରେ ଧୀରେ ଧୀରେ ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଏବେ ବଡ଼ ସସପେନ୍ସ । କାରଣ ବାରମ୍ବାର ଦଳରେ ରହି ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣି ଦଳର ଇସ୍ତାହାର କମିଟି ପଦରୁ ବାଦ୍ ପଡ଼ିଥିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଏହାକୁ ଶ୍ରୀକାନ୍ତ ସହଜରେ ଗ୍ରହଣ କରିପାରି ନଥିଲେ ଶ୍ରୀକାନ୍ତୁ ଆଉ ତାପରେ ପିସିସିର ସମସ୍ତ ପଦରୁ ଇସ୍ତଫା ଦେବାପାଇଁ ନିଷ୍ପତି ନେଇଥିଲେ ଶ୍ରୀକାନ୍ତ । ତେବେ ଦଳରେ ରହି ଦଳ ପାଇଁ ଅଡ଼ୁଆ ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ ଅନ୍ଦର ମହଲରେ ଚର୍ଚ୍ଚା ହେଉଛି । ସେଥିପାଇଁ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ଏହି ଦାୟିତ୍ୱ ମିଳିବାପରେ କଡ଼ ଲେଉଟାଇଛି କଂଗ୍ରେସ କନ୍ଦଳ ।

ଏପରିକି ଶ୍ରୀକାନ୍ତଙ୍କ ଭବିଷ୍ୟତ କେଉଁ ମୋଡ଼ ନେବ ତାହାକୁ ନେଇ କଂଗ୍ରେସ ଶିବିରଠୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ହଟ ଟପିକ୍ ପାଲଟିଛି । ଦଳ ଭିତରେ ବିଶୃଙ୍ଖଳିତ କାର୍ଯ୍ୟାକଳାପ କରୁଥିବା ଅଭିଯୋଗର ଫର୍ଦ୍ଦ ଶ୍ରାକାନ୍ତଙ୍କ ଧିରେ ଧରେ ବଢ଼ିବାରେ ଲାଗିଛି । ତେଣୁ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ତାଙ୍କ ସମର୍ଥକଙ୍କ ମନରେ ଅନେକ ଏକ ଆଲୋଡ଼ନ ସୃଷ୍ଟି କରିଛି । ଶ୍ରୀକାନ୍ତଙ୍କ ବିରୋଧରେ ଚରମ ପଦକ୍ଷେପ ନେବାକୁ ଦଳ ଭିତରେ ତୀବ୍ର  ସ୍ୱର ଉଠିବାରେ ଲାଗିଥିବାବେଳେ ଗତ କିଛିଦିନ ତଳେ ଶୃଙ୍ଖଳା କମିଟି ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ କରିଛି ପିସିସି । ଏବଂ ଏନେଇ ଶୃଙ୍ଖଳା କମିଟି ଦିଲ୍ଲୀ ଦରବାରକୁ ଶ୍ରୀକାନ୍ତଙ୍କ କାର୍ଯ୍ୟାକଳାପ ନେଇ ଚିଠା ପଠାଇଛନ୍ତି ପିିସିସି ।

ଦଳ ଭିତରେ ଥାଇ ଦଳକୁ ଅଡୁଆରେ ପକାଇବାକୁ ଶ୍ରୀକାନ୍ତ ବାରମ୍ବାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ପିସିସି ପୁନର୍ଗଠନ ହେବା ପରେ ପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦ ସୃଷ୍ଟି କରିଥିଲେ ଶ୍ରୀକାନ୍ତ । ଏପରିକି ଶ୍ରୀକାନ୍ତଙ୍କ ଛତ୍ର୍ରଛାୟା ତଳେ ରହି ବିରୋଧୀ ଦଳ ନେତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କୃଷ୍ଣ ସଗରିଆ । ଏହାପରେ ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଛନ୍ତି ଶ୍ରୀକାନ୍ତ ଜେନା । ଏହା ଶ୍ରୀକାନ୍ତଙ୍କ ମନରେ କ୍ଷତ ଦେଇଥିବା ରାଜନୀତି ଅନ୍ଦର ମହଲରେ ଚର୍ଚ୍ଚା ହେଉଛି । ଏବେ ଶ୍ରୀକାନ୍ତ ଦଳ ପାଇଁ ଅଲୋଡ଼ା ଧୀରେ ଧୀରେ କୋଣଠେସା ହୋଇପଡ଼ିଲେଣି ବୋଲି ଶ୍ରକାନ୍ତଙ୍କ ସମର୍ଥକମାନେ ଗସିପ୍ କରୁଛନ୍ତି । ତେବେ ବର୍ତ୍ତମାନ ଶ୍ରୀକାନ୍ତଙ୍କ ରାଜନୈତିକ ଭିବଷ୍ୟତ ନେଇ ସସପେନ୍ସ ବଢ଼ିବାରେ ଲାଗିଛି ।