ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ହେବ ୨୦୨୦-୨୧ ଖରିଫ ଧାନ ସଂଗ୍ରହ । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ପଂଜିକରଣ କରିଛନ୍ତି ଅଢେଇ ଲକ୍ଷ ଚାଷୀ । ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତା ବୈଠକରେ ନିଷ୍ପତି

229

କନକ ବ୍ୟୁରୋ : ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ହେବ ଖରିଫ ଧାନ ସଂଗ୍ରହ । ୨୦୨୦-୨୧ ଖରିଫ ଧାନ ସଂଗ୍ରହକୁ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଅଢେଇ ଲକ୍ଷ ଚାଷୀ ନାମ ପଂଜିକରଣ କରିଛନ୍ତି । ୨୦୨୦-୨୧ରେ ଖରିଫ ଓ ରବି ଋତୁରେ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବା ଲକ୍ଷ୍ୟ ଧାଯ୍ୟ କରିଛନ୍ତି ସରକାର ।