କନକ ବ୍ୟୁରୋ : ଭାଗଚାଷୀମାନଙ୍କଠାରୁ ଧାନସଂଗ୍ରହ କରିବାରେ ଅସୁବିଧା ନାହିଁ । ରବି ଧାନ ବିକିବା ପାଇଁ ବର୍ତମାନ ସୁଦ୍ଧା ୬ ହଜାର ଭାଗ ଚାଷୀ ସମବାୟ ସମିତିଗୁଡ଼ିକରେ ପଂଜୀକରଣ କଲେଣି । ମେ ୧ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିିବଙ୍କ ଅଧ୍ୟକ୍ଷତାରେ ଗଠିତ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଯୋଗାଣ ସଚିବ ବୀରବିକ୍ରମ ଯାଦବ ।
ଖରିଫ ଧାନ ସଂଗ୍ରହ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ଅନ୍ତତଃ ୧୦ ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗାଁ କମିଟି କିମ୍ବା ପଂଚାୟତ ଦ୍ୱାରା ଚିହ୍ନଟ ହୋଇଥିବା ଭାଗଚାଷୀଙ୍କଠାରୁ ବି ସମବାୟ ସମିତିଗୁଡ଼ିକ ଧାନ କିଣିବେ । ସେହିଭଳି ଖରିଫ ଋତୁରେ ୫୮୫୩ କୋଟି ଟଙ୍କା ବ୍ୟୟରେ ୩୮ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି ଓ ମିଲରମାନେ ୭୦ ପ୍ରତିଶତ ଧାନରୁ ଚାଉଳ ଫେରାଇଲେଣି । ମିଲରମାନଙ୍କଠାରୁ ବର୍ତମାନ ସୁଦ୍ଧା ପ୍ରାୟ ୧୮ ଲକ୍ଷ ଟନ୍ ଚାଉଳ ମିଳିଥିବା କଥା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/paddy-759.jpg)