ଲୋକସଭାରେ ଅର୍ଥମନ୍ତ୍ରୀଙ୍କୁ ନେଇ ଖଡଗେଙ୍କ କଟାକ୍ଷ: କହିଲେ, ମାତାଜୀ କହିବାରେ ପୂରା ଏକ୍ସପର୍ଟ

ଲୋକସଭାରେ ଅର୍ଥମନ୍ତ୍ରୀଙ୍କୁ ନେଇ ଖଡଗେଙ୍କ କଟାକ୍ଷ: କହିଲେ, ମାତାଜୀ କହିବାରେ ପୂରା ଏକ୍ସପର୍ଟ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଜେଟକୁ ନେଇ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଖଡଗେ ଚଳିତ ଲୋକସଭାର ବଜେଟ ଅଧିବେଶନରେ ନିର୍ମଳା ସିତାରମଣ କରିଥିବା ଘୋଷଣା ତଥା ଅନୁଦାନଗୁଡିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୪-୨୫ ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟକୁ ଛାଡିଦେଲେ ଅନ୍ୟ ରାଜ୍ୟଗୁଡିକ ପାଇଁ ଅନୁଦାନର ପାତ୍ର ଶୂନ୍ୟ ରହିଛି । ସରକାର କେବଳ ତୁଷ୍ଟିକରଣ ନୀତି ଅନୁସରଣ କରୁଛନ୍ତି ଓ ସରକାର ଅନ୍ୟ କୌଣସି ରାଜ୍ୟ ଉପରେ ଗୁରୁତ୍ୱାରୋପ କରୁନାହାନ୍ତି ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।

ସଭାଗୃହରେ ଅଧିକ ଯୁକ୍ତି ତର୍କ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ସୀତାରମଣଙ୍କୁ କହିବାର ସୁଯୋଗ ଦେବା ପାଇଁ ଖଡଗେଙ୍କୁ ଅନୁରୋଧ କରିଥିଲେ । ହେଲେ ଖଡଗେ ସେହି ସମୟରେ ନିର୍ମଳାଙ୍କୁ ମାତାଜୀ ସମ୍ବୋଧନ କରିବା ସହ କଟାକ୍ଷ ପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ଯେ “ମେଁ ବୋଲ ଦେତା ହୁଁ ମାତାଜୀ ବୋଲନେ ମେଁ ତୋ ଏକ୍ସପର୍ଟ ହେଁ ମୁଝେ ମାଲୁମ ହୈ” କେବଳ ଏତିକି ନୁହେଁ ସେ ଗୃହ ଛାଡିବା ଆଗରୁ ଏ ସବୁ ଆସନ ବ ଞ୍ଚାଇବାର ପ୍ରୟାସ ଚାଲିଛି ଯାହା ବିରୋଧରେ ଇଣ୍ଡିଆ ମେଣ୍ଟ ସବୁ ବେଳେ ଆନ୍ଦୋଳନ ଜାରି ରଖିବ ବୋଲି କହିଥିଲେ ।

ଅର୍ଥମନ୍ତ୍ରୀ ସୀତାରମଣ ଖଡଗେଙ୍କ ମନ୍ତବ୍ୟକୁ ଖଣ୍ଡନ କରି କହିଛନ୍ତି କି ଏକ ବଜେଟ ଅଭିଭାଷଣରେ ସବୁ ରାଜ୍ୟର ନାମ ନେବା ସମ୍ଭବ ନୁହେଁ । ନାମ ନିଆ ଯାଇ ନାହିଁ ଏହାର ମାନେ ନୁହେଁ କି ସରକାର ସେହି ସବୁ ରାଜ୍ୟକୁ ଅଣଦେଖା କରୁଛନ୍ତି । ଯଦି ସରକାର ଭେଦଭାବ କରୁଛନ୍ତି ତାହେଲେ ନିକଟରେ ପାଲଘର ଜିଲ୍ଲାରେ ଗଭୀର ଜଳ ବନ୍ଦର ପାଇଁ କ୍ୟାବିନେଟ ଦ୍ୱାରା ପାସ ହୋଇଥିବା ୭୬୦୦୦ କୋଟିର ବ୍ୟୟକୁ କ’ଣ କୁହାଯିବ ? ବଜେଟରେ ମହାରାଷ୍ଟ୍ରର ନାମ ନିଆଗଲା ନାହିଁ କିନ୍ତୁ ବିକାଶମୂଳକ ପ୍ରୋଜେକ୍ଟ ତ ଚାଲିଛି ।

ଏପରି ସଂକୀର୍ଣ୍ଣ ମନୋଭାବ ରଖି ରାଜ୍ୟମାନଙ୍କ ମଧ୍ୟରେ କୌଣସି ଭେଦଭାବ କାରଯାଇ ନାହିଁ । ଏଣୁ ଅଯଥା ଦୋଷ ଲଦି ଭୁଲ ତଥ୍ୟ ଦେଇ ଜନତାଙ୍କୁ ଭ୍ରମିତ ନ କରାଇବାକୁ କଂଗ୍ରେସକୁ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe