କନକ ବ୍ୟୁରୋ : ଆକାଶ ପାଠକ ଠକେଇ ମାମଲା ପ୍ରସଙ୍ଗ । ଆଜି ଏନେଇ କୋର୍ଟରେ ଅବଗତ କରିଛି ଖାରବେଳ ଥାନା ପୋଲିସ । ଆକାଶଙ୍କ ବିରୋଧରେ ଠକେଇ ମାମଲା ରହିଥିବା ନେଇ କୋର୍ଟରେ ଅବଗତ କରାଇଛି ଖାରବେଳନଗର ଥାନା ପୋଲିସ । ଠକେଇ ମାମଲା ରହିଥିବାରୁ ଆକାଶଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରଖିଛି ପୋଲିସ । ଏଥିପାଇଁ ଦିନେ ଦୁଇ ଦିନ ଭିତରେ ପୋଲିସ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି କହିଛି । ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟଙ୍କୁ ଆଜି ଏନେଇ ଅବଗତ କରିଛି ପୋଲିସ ।
ସେପଟେ ଇଡିରେ ମଧ୍ୟ ପାଠକ ବାପ ପୁଅ ଠକେଇ ପ୍ରସଙ୍ଗରେ ୩ଟି ମାମଲା ରୁଜ୍ଜୁ ହୋଇଛି । ଏନେଇ ବ୍ୟାଙ୍କରୁ ଅଧିକ ତଥ୍ୟ ମଗାଯାଇଛି । ତେଣୁ ସେମାନଙ୍କୁ ନେଇ ଜେରା କରିବାକୁ ଇଡି ଯୋଜନା କରିଛି । କୋର୍ଟରୁ ଅନୁମତି ମିଳିବା ପରେ ଇଡି ପାଠକ ବାପ ପୁଅକୁ ଜେଲରେ କିଂବା ଇଡି ଅଫିସକୁ ଆଣି ଜେରା କରିବ । ଏହି ପାଠକ ବାପ ପୁଅଙ୍କ ସହିତ ଯାହାଙ୍କର ଲିଙ୍କ୍ ରହିଛି ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଇଡି କହିଛି । ବେଆଇନ୍ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କୁ ଲେଖାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/37-6.jpg)