କନକ ବ୍ୟୁରୋ : ପୁଣି ତେଜିଲା ଖରସ୍ରୋତା ଆନ୍ଦୋଳନ । ଏବେ ପ୍ରଶାସନ କାମ ଆରମ୍ଭ କରିବା ଲାଗି ଆଳି ଓ ରାଜକନିକାରେ ପୋଲିସ ଫୋର୍ସ ଆଣି ରଖିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି । ବାରିଗଦା ଖରସ୍ରୋତା ନଦୀ ପଠାରେ ଆନ୍ଦୋଳନ କରି ମହିଳା ,ପୁରୁଷ ଓ ଛୋଟ ଛୁଆମାନେ ବସି ରହିଥିଲେ । ଆନ୍ଦୋଳନାକରୀମାନେ ମରିବୁ ପଛେ ପାଣି ଛାଡିବୁ ନାହିଁ ବୋଲି ଧମକ ଦେଇଛନ୍ତି ।

Advertisment

ଏପଟେ ପାଣି ନେବା ପାଇଁ ପ୍ରଶାସନ ତରଫରୁ ଗୁପ୍ତ ବୈଠକଚାଲୁଥିବା ନେଇ ଚର୍ଚ୍ଚା ହେଉଛିା କେନ୍ଦ୍ରାପଡା ଜିଲା ରାଜକନିକା ଓ ଆଳି ବ୍ଲକ ମଧ୍ୟ ଭାଗରେ ଥିବା ଖରସ୍ରୋତା ନଦୀରୁ ପାଣି ନେଇ ଭଦ୍ରକ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାରେ ୮୯୨ କୋଟି ଟଙ୍କାର ମେଗା ପାନିୟ ଜଳ ପ୍ରକଳ୍ପ କରିବାକୁ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି । ତେବେ ଏହି ଘୋଷଣା ପରଠାରୁ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ବିରୋଧ କରିଆସୁଛି ।