ମୁକୁଳିଲେ ଖରସ୍ରୋତା ଆନ୍ଦୋଳନକାରୀ : ପାଖାପାଖି ଦେଢମାସ ହେବ ଜେଲରେ ଥିଲେ

68

କନକ ବ୍ୟୁରୋ : ଜେଲରୁ ବାହାରିଲେ ଖରସ୍ରୋତା ଆନ୍ଦୋଳନକାରୀ । ପାଖାପାଖି ଦେଢ ମାସ ଜେଲରେ ରହିବା ପରେ ଏମାନେ ମୁକୁଳିିଛନ୍ତି । ଖରସ୍ରୋତା ବଂଚାଅ ଓ ସଂଗ୍ରାମ ସମିତି ପକ୍ଷରୁ ଏମାନଙ୍କୁ ସ୍ୱାଗତ କରାଯାଇଛି । ଆନ୍ଦୋଳନକାରୀଙ୍କୁ ଏକ ବାଇକ ଶୋଭାଯାତ୍ରାରେ ଭାରିଗଦା ଓ ବରୁଣାଢିଆ ପଂଚାୟତ ବୁଲାଯାଇଥିଲା । ଏଥିପାଇଁ କେନ୍ଦ୍ରାପଡାର ଅଚ୍ୟୁତ ପୁରୁ ଅନ୍ଧାର ଘରି ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ବରୁଣାଢିଆ ପଡିଆରେ ନିର୍ମାଣ ମେଗା ପାନୀୟଜଳ ପ୍ରକଳ୍ପ ତିଆରି ହେଉଛି । ଏହି ପ୍ରକଳ୍ପକୁ ବିରୋଧ କରି ନିକଟରେ ଭଙ୍ଗାରୁଜା ହୋଇଥିଲା । ଅଗଷ୍ଟ ୧୨ରେ ଏହି ଘଟଣାରେ ପୁଲିସ ୨୪ ଜଣଙ୍କୁ ଗିରଫ କରିଥିଲା ।