ବାଲେଶ୍ୱରରୁ ଲଢ଼ିବାକୁ ଆଗ୍ରହ ଦେଖାଇଲେ ଖାରବେଳ ସ୍ୱାଇଁ: କହିଲେ, ୬ଥର ବାଲେଶ୍ୱରରୁ ଲଢ଼ିଛି ଏଥର ଟିକେଟ୍ ମିଳିଲେ ନିଶ୍ଚିତ ବାଲେଶ୍ୱରରୁ ଲଢ଼ିବେ କହିଲେ ଖାରବେଳ

419

କନକ ବ୍ୟୁରୋ: ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ ଖାରବେଳ ସ୍ୱାଇଁ । ଖୋଦ୍ ବିଜେପି ନେତା ଏପରି କହିଛନ୍ତି । କହିଛନ୍ତି, ଏଥର ସୁଯୋଗ ମିଳିଲେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ । ଗତଥର ଶେଷ ମୁହୂର୍ତରେ କନ୍ଧମାଳରୁ ଲଢ଼ିବାକୁ ସୁଯୋଗ ମିଳିଥିଲା । ଯଦି ୮ଦିନ ପୂର୍ବରୁ ଟିକେଟ୍ ମିଳିଥାନ୍ତା, ତାହେଲେ ଭିନ୍ନ କଥା ହୋଇଥାନ୍ତା । କାହିଁକି ଶେଷ ମୁହୂର୍ତରେ ଟିକେଟ୍ ମିଳିଲା, ସେ ଜାଣିନଥିବା କହିଛନ୍ତି । ହେଲେ ଏଥର ବାଲେଶ୍ୱରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ଖାରବେଳ । କହିଛନ୍ତି, ବାଲେଶ୍ୱରରୁ ସେ ୬ଥର ନିର୍ବାଚନ ଲଢ଼ିଛନ୍ତି । ବର୍ତମାନ ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ସାଂସଦ ଅଛନ୍ତି । ଆଗାମୀ ଦିନରେ ଯଦି ଦଳ ପ୍ରତାପ ଷଡଙ୍ଗୀଙ୍କୁ ପୁଣିଥରେ ଟିକେଟ୍ ମିଳେ, ତାହେଲେ କୌଣସି ସସମ୍ୟା ନାହିଁ ବୋଲି ଖାରବେଳ କହିଛନ୍ତି ।