ବିଜେପିରେ ମିଶିଲେ ଖାରବେଳ ସ୍ୱାଇଁ । କହିଲେ, କନ୍ଧମାଳ ଲୋକସଭା ଆସନରୁ ଲଢିବେ ନିର୍ବାଚନ

ବିଜେପିରେ ମିଶିଲେ ଖାରବେଳ ସ୍ୱାଇଁ । କହିଲେ, କନ୍ଧମାଳ ଲୋକସଭା ଆସନରୁ ଲଢିବେ ନିର୍ବାଚନ

238

କନକ ବ୍ୟୁରୋ: ବାଲେଶ୍ୱରର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଘର ବାହୁଡା ।  ଆଜି ପୁଣି ବିଜେପିକୁ ଫେରିଛନ୍ତି ଖାରବେଳେ । ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଖାରବେଳ । ବିଜେପିରେ ମିଶିବା ପରେ ଖାରବେଳ କନ୍ଧମାଳରୁ ବିଜେପି ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଧୋଦ୍ ଖାରବେଳ ସ୍ୱାଇଁ । ସେ ସ୍ପଷ୍ଟ କରିଛଥନ୍ତି କି, ସେ କନ୍ଧମାଳରୁ ବିଜେପିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

ଖାରବେଳ କହିଛନ୍ତି ଯେ, ‘ଓଡିଶାରେ ବର୍ତ୍ତମାନ ଅତ୍ୟନ୍ତ ଭ୍ରଷ୍ଟାଚାରୀ ସରକାର ଚାଲିଛି । ଏବଂ ଏହାର ବିରୋଧରେ ଆମେ ଆପ୍ରାଣ ଉଦ୍ୟମ ଜାରି ରଖୁଛୁ ଆଉ ଆଗକୁ ମଧ୍ୟ ଜାରି ରଖିବୁ । କିନ୍ତୁ ଉକ୍ରଳ ଭାରତ ଗୋଟିଏ ଛୋଟ ଦଳ ହୋଇଥିବାରୁ ଏକୁଟିଆ ବିଜେଡିକୁ ପରାହତ ଆମ ପକ୍ଷରେ ସମ୍ଭବ ନଥିଲା । ଆମେ ସବୁବେଳେ ଚାହୁଁଥୁଲୁ କି ଭାରତୀୟ ଜନତା ପାର୍ଟି ଭଳି ଏକ ରାଷ୍ଟ୍ରୀୟ ଦଳ ବିଜୁ ଜନତା ଦଳକୁ ହଟେଇବା ପାଇଁ ନେତୃତ୍ୱ ନେଉ । ତେବେ ବିଳମ୍ବରେ ହୋଇଥିଲେ ମଧ୍ୟ ବିଜେପି ତାର ନେତୃତ୍ୱ ନେଇଛି । ସେଥିପାଇଁ ଆମେ ଉତ୍ସାହିତ ହୋଇ ବିଜେପି ସହ ମିଶିବାକୁ ଆଗ୍ରହୀ ପ୍ରକାଶ କରିଛୁ  ବୋଲି କହିଛନ୍ତି ଖାରବେଳ ।ସେ ଆହୁରୀ ମଧ୍ୟ କହିଛନ୍ତି କି, ବିଶେଷ କରି ପ୍ରଧାନମନ୍ତ୍ରୀଙ୍କର ଦୃଢ ନେତୃତ୍ୱ ପ୍ରତି ଆମେ ଆକର୍ଷିତ ହୋଇ ବିଜେପିରେ ସାମିଲ ହେବା ପାଇଁ ମନ ବଳାଇଛୁ ଏବଂ ଓଡିଶାରୁ ବିଜେଡି ସରକାର ହଟେଇବା ପାଇଁ ବିଜେପିରେ ସାମିଲ ହୋଇଥିବା ନେଇ କହିଛନ୍ତି ଖାରବେଳ ସ୍ୱାଇଁ ।

ଏଠାରେ ଆମେ କହିବାକୁ ଚାହିଁବୁ କି, କନ୍ଧମାଳ ଆସନରୁ ବିଜେଡ଼ିର ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଓ କଂଗ୍ରେସର ମନୋଜ କୁମାର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି । ତେବେ ଏହି ତୁଙ୍ଗ ନେତାଙ୍କ ସହିତ କଡ଼ା ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି ପୂର୍ବରୁ ତିନି ତିନି ଥର ସାଂସଦ ହୋଇଥିବା ଖାରବେଳ ସ୍ୱାଇଁ । ଯଦିଓ ଏନେଇ ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇନି ତେବେ ଯଦି ବିଜେପି ଖାରବେଳ ସ୍ୱାଇଁଙ୍କୁ ଏଠାରେ ପ୍ରାର୍ଥୀ କରେ ତେବେ ଏଥରକ କନ୍ଧମାଳ ରାଜନୀତି ସରଗରମ ହେବ ।