ଅପେକ୍ଷାର ହେଲା ଅନ୍ତ । ବିଜେପିରେ ଯୋଗ ଦେଲେ ଖାରବେଳ

ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଖାରବେଳ ସ୍ୱାଇଁ

489

କନକ ବ୍ୟୁରୋ : ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଖାରବେଳ ସ୍ୱାଇଁ । ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ସେ ପଦ୍ମ ଧରିଛନ୍ତି । ତେବେ ନିର୍ବାଚନରେ ସେ ବିଜେଡିକୁ କଡା ଟକ୍କର ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏହାପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ଖାରବେଳ । ତେବେ ପୂର୍ବରୁ ଖାରବେଳ କହିଥିଲେ ଯେ, ବିଜେପି ବୈଜୟନ୍ତଙ୍କୁ ନେବା ସ୍ପଷ୍ଟ କରୁଛି ଯେ ବିଜେପି ବର୍ତ୍ତମାନ ବିଜେଡି ସହ ଲଢେଇ କରିବାକୁ ପ୍ରସ୍ତୁତ । ମୁଁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଆଲୋଚନା କରିଛି । ରାଜ୍ୟରେ ଚାଲିଥିବା ଭ୍ରଷ୍ଟାଚାରୀ ସରକାରକୁ ଗାଦିଚ୍ୟୁତ କରିବାକୁ ଆମେ ବିଜେପି ସାଙ୍ଗେ ବୁଝାମଣା କରିବାକୁ ରାଜି ଅଛୁ । ଦରକାର ପଡିଲେ ବିଜେପିର ନିର୍ବାଚନୀ ଚିହ୍ନରେ ମଧ୍ୟ ଲଢିବାକୁ ପ୍ରସ୍ତୁତ । ଯଦିଓ ବିଜେପି ପକ୍ଷରୁ ଆମକୁ ସକାରାତ୍ମକ ସଙ୍କେତ ମିଳିଛି କିନ୍ତୁ ସ୍ପଷ୍ଟ ସମ୍ମତି ମିଳିନାହିଁ ବୋଲି କହିଥିଲେ ଖାରବେଳ ।

ତେବେ ପୂର୍ବରୁ ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିଥିଲେ । ଆସନ୍ତା ନିର୍ବାଚନରେ ଶାସକ ବିଜେଡିକୁ କଡ଼ା ଚ୍ୟାଲେଞ୍ଜ ଦେବା ଲକ୍ଷ୍ୟରେ ଏହି ଦୁଇ ନେତା ଏକାଠୀ ହୋଇଥିଲେ । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଉଭୟ ବ୍ରଜ ଓ ଖାରବେଳ ବିଜେଡି ବିରୋଧରେ ଜନସଭା ମଧ୍ୟ କରିଥିଲେ ।