ଖାରବେଳ ସ୍ୱାଇଁଙ୍କୁ ପୁଣି ଆକ୍ରମଣ । ରାୟଗଡା କାଶୀପୁର ସଭାମଂଚରେ ଖାରବେଳଙ୍କୁ ମାଡ ମାରିଲେ ଯୁବକ, ଦେଖନ୍ତୁ ଭିଡିଓ

ପୂର୍ବରୁ ଆଳିରେ ବି ହୋଇଥିଲା ଆକ୍ରମଣ

1,413

କନକ ବ୍ୟୁରୋ: ପୁଣି ସଭା ମଂଚରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ । ଉତ୍କଳ ଭାରତ ମୁଖ୍ୟ ଖାରବେଳ ସ୍ୱାଇଁଙ୍କୁ ରାୟଗଡା କାଶିପୁରରେ ଆୟୋଜିତ ଓଡିଶା ଭାଗ୍ୟ ପରିବର୍ତନ ସଭାରେ ଆକ୍ରମଣ କରାଯାଇଛି । ଖାରବେଳ ସଭାରେ ବସିଥିବା ବେଳେ ଜଣେ ଯୁବକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିବା ସହ ଯୁବକ ଜଣଙ୍କ ଖାରବେଳଙ୍କ ଟେବୁଲ ଉପରେ ଥିବା ପେପରକୁ ଆଣି ତାଙ୍କ ମୁହଁକୁ ମାରିଛନ୍ତି । ଏଥିରେ ଖାରବେଳଙ୍କ ଚଷମା ଖସିପଡିଥିଲା । ଯେଉଁ ଭିଡିଓଙ୍କୁ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି ଖାରବେଳ ସ୍ୱାଇଁ । ପୂର୍ବ ମଧ୍ୟ କେନ୍ଦ୍ରାପଡା ଆଳିରେ ମଧ୍ୟ ଏମିତି ଏକ ସଭାରେ ତାଙ୍କୁ ଆକ୍ରମଣ ହୋଇଥିଲା ।

 

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ବି ଖାରବେଳଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଆଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କହିବାରୁ ତାଙ୍କୁ ସଭା କରିବାକୁ ଦିଆଯାଇ ନଥିଲା । ଯେଉଁ କାରଣରୁ ତାଙ୍କୁ ଅଧାରୁ ସଭା ବନ୍ଦ କରିବାକୁ ପଡ଼ିଥିଲା। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅନ୍ନପୂର୍ଣ୍ଣା ପଡ଼ିଆରେ ‘ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ ସଭାରେ ଏମିତି ଦେଖିବାକୁ ମିଳିଥିଲା। ଅନ୍ନପୂର୍ଣ୍ଣା ପଡ଼ିଆରେ ‘ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ ସଭା ଚାଲିଥାଏ । ସଭା ଆରମ୍ଭ ପରେ ଖାରବେଳ ସ୍ୱାଇଁ ଭାଷଣ ଦେଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ପେଡ଼ି ଖୋଲିଥିଲେ। ଏହି ସମୟରେ କିଛି ଲୋକ ସେଠାରେ ପହଞ୍ଚିଥିଲେ। ସେମାନେ ମଞ୍ଚ ଉପରେ ଚଢ଼ି ଖାରବେଳ ସ୍ୱାଇଁଙ୍କଠାରୁ ମାଇକ୍ ଛଡ଼ାଇ ନେଇଥିଲେ। ପରେ ଗାଳି ଦେବା ସହ ତାଙ୍କୁ ଭୟଭୀତ କରିଥିଲେ ।

ଏଥିରେ ଅତିଷ୍ଠ ହୋଇ ସୁଦ୍ଧା ଖାରବେଳ ସ୍ୱାଇଁ ମଞ୍ଚ ଉପରେ ବସିଥିଲେ। ଅଧ ଘଣ୍ଟା ପରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିମାନେ ସଭା ପରିଚାଳନା କରୁଥିବା ବ୍ୟକ୍ତିମାନଙ୍କୁ ଉଠାଇ ନେଇ ଗାଡ଼ିରେ ବସାଇ ଦେଇଥିଲେ। ପରେ ଖାରବେଳ ସ୍ୱାଇଁଙ୍କୁ ଜବରଦସ୍ତ ଟାଣି ଟାଣି ନେଇ ଗାଡ଼ିରେ ବସାଇ ପଳାଇ ଯିବାକୁ ଧମକ ଦେଇଥିଲେ। ଫଳରେ ସଭା ଅଧାରୁ ଖାରବେଳ ସ୍ୱାଇଁଙ୍କୁ ଆଳି ଛାଡ଼ିବାକୁ ପଡ଼ିଥିଲା।