ଖାପ୍ ପଂଚାୟତରେ ଅପମାନିତ ଯୁବକଙ୍କ ମୃତ୍ୟୁ ଘଟଣା : ୪ ଗ୍ରାମବାସୀଙ୍କୁ ବାନ୍ଧିଲା କାଲିମେଳା ଥାନା ପୁଲିସ

Advertisment
ଖାପ୍ ପଂଚାୟତରେ ଅପମାନିତ ଯୁବକଙ୍କ ମୃତ୍ୟୁ ଘଟଣା : ୪ ଗ୍ରାମବାସୀଙ୍କୁ ବାନ୍ଧିଲା କାଲିମେଳା ଥାନା ପୁଲିସ

କନକ ବ୍ୟୁରୋ : ମାଲକାନଗିିରି ଜିଲ୍ଲା ବାପାନପାଲି ଗାଁ ଖାପ୍ ପଂଚାୟତ ଘଟଣାରେ ନୂଆ ମୋଡ ।

ଭାଇରାଲ ହୋଇଛି ଖାପ୍ ପଂଚାୟତର ଦଣ୍ଡିତ ଯୁବତଙ୍କ ମୃତ୍ୟୁ ପୂର୍ବରୁ ଭିଡିଓ । ଯେଉଁଥିରେ ନିଜ ମୃତ୍ୟୁର କାରଣ କହିଛନ୍ତି ମୃତକ । କାଲିମେଳା ଥାନା ବାପାନପାଲରେ ପଂଚାୟତର ନିଷ୍ପତି ଓ ଅପମାନ ସହି ନପାରି ଆତ୍ମହତ୍ୟା କରିଥିବା ଯୁବକଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ହୋଇଛି । ମୃତ ଦିପଙ୍କର ବେପାରୀ ନିଜ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କରିଛନ୍ତି । ଗାଁର ୩ ଜଣ ଲୋକଙ୍କ ନାଁ ନେଇ ଏହି ତିନି ଜଣ ହିଁ ତାଙ୍କୁ ଫସେଇ ଥିବା ଭିଡିଓରେ ସ୍ପଷ୍ଟ କରିଛନ୍ତି । ପଂଚାୟତର ଅପମାନ ସହି ନପାରି ଆତ୍ମହତ୍ୟା କରିଥିବା ଭିଡିଓରେ କହିଛନ୍ତି ଦିପଙ୍କର “ମୁଁ ମରିବାକୁ ଯାଉଛି । ମୋ ମୃତ୍ୟୁ ପାଇଁ କାଳିଦାସ, ସଂଜୟ ଓ ବଡକାଳୁ ଦାୟୀ । ସେମାନେ ମୋତେ ଫସେଇ ଦେଲେ, ଆଉ ମିଟିଙ୍ଗରେ ଯାହା ହେଲା.. ତେଣୁ ମୁଁ ମରୁଛି”

publive-image

କାଲିମେଳା ପୁଲିସ ଭାଇରାଲ ହୋଇଥିବା ମୃତ ଯୁବକଙ୍କ ଭିଡିଓକୁ ଭିତ୍ତି କରି ୪ ଜଣଙ୍କୁ ଗିରଫ କରିଛି । ଦୀପଙ୍କର ଭିଡିଓରେ ଯେଉଁ ବ୍ୟକ୍ତିଙ୍କ ନାଁ ନେଇଥିଲେ ସେମାନଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସଂଜୟ, କାଳିଦାସ, ବଡକାଳୁ ଓ ଗାଁର ଅନ୍ୟ ଜଣେ ଯୁବକ ।

publive-image

ଏକ ପ୍ରେମ ପ୍ରସଙ୍ଗରେ ମଧ୍ୟସ୍ଥି କରିଥିବା ଅଭିଯୋଗରେ ଦିପଙ୍କରଙ୍କୁ ଗାଁ ପଂଚାୟତରେ ନିସ୍ତୁୁକ ମାଡ ମରିବା ସହ ୧୫ ହଜାର ଟଙ୍କାର ଜରିମାନା କରିଥିଲେ ଗାଁ ମୁଖିଆ । ଆଉ ଯେଉଁ ଅପମାନ ସହିନପାରି ସେହି ଦିନ ରାତିରେ ଆତ୍ମହତ୍ୟା କରିଥିଲେ ଦିପଙ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe