କଂଗ୍ରେସ ମହାସଚିବଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ ! କହିଲେ ଭୋଟ୍ ପାଇଁ ଅମେଠିରେ ପଢୁଛନ୍ତିି ନମାଜ୍ ଏବଂ ମଧ୍ୟପ୍ରଦେଶରେ ମନ୍ଦିରରେ କରୁଛନ୍ତି ପୂଜାର୍ଚ୍ଚନା ।

264

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବାକ୍ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି । ସେ କାହା ନାଁ ନନେଇ କହିଛନ୍ତି ଯେ ଭୋଟ୍ ପାଇଁ ଲୋକମାନେ କିଭଳି ରଙ୍ଗ-ରୂପ ବଦଳାନ୍ତି ତାହା ଏବେ ଆପଣ ଜାଣିପାରୁଥିବେ । ସ୍ମୃତିଙ୍କ କହିବାନୁସାରେ ପ୍ରିୟଙ୍କା ପ୍ରଥମେ ଭୋଟ୍ ପାଇଁ ଅମେଠିରେ ନମାଜ୍ ପଢିଥିଲେ । ଏହାପରେ ସେ ଉଜ୍ଜେନର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସ୍ମୃତି କହିଥିଲେ କଂଗ୍ରେସ ଏବେ ଏତେ ଭୟଭୀତ ହୋଇଯାଇଛି ଯେ କଂଗ୍ରେସର ମହାସଚିବ ଭୋଟ୍ ପାଇଁ କେତେବେଳେ ନମାଜ୍ ପଢୁଛନ୍ତି ତ କେତେବେଳେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ।

ବିଜେପି ନେତ୍ରୀ ସ୍ମୃତି ଇରାନୀ କହିଥିଲେ କଂଗ୍ରେସ ସରକାର ଚାଷୀ ଏବଂ ବେରୋଜଗାରଙ୍କ ସହ ଧୋକା କରିଛି । ସେ କହିଥିଲେ ଯେ ରାହୁଲ ଗାନ୍ଧୀ କୁହନ୍ତୁ ସେ ମଧ୍ୟପ୍ରଦେଶର ଚାଷୀଙ୍କୁ ସେ କାହିଁକି ଧୋକା ଦେଲେ? ସେ କହିଥିଲେ କଂଗ୍ରେସ ବିଜେପି ସରକାର ଦ୍ୱାରା ଗରିବଙ୍କ ପାଇଁ ହେଉଥିବା ଯୋଜନାକୁ ବନ୍ଦ କରିଦେଇଛି । ସ୍ମୃତି ଇରାନୀ ଖଣ୍ଡବା ଲୋକସଭା ସିଟରେ ବିଜେପି ପ୍ରାର୍ଥୀ ନନ୍ଦକୁମାର ସିଂହ ଚୌହ୍ୱାନଙ୍କ ସମର୍ଥନରେ ଜନସଭା ସମ୍ବୋଧିତ କରିବାକୁ ଯାଇଥିଲେ ।