ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ରାଲି କରିବେ ମୁଖ୍ୟମନ୍ତ୍ରୀ । ସେପଟେ ସାର୍ଥା ଜନସମାବେଶରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଖଣ୍ଡପଡା ବିଧାୟକ । ସୈାମ୍ୟରଂଜନ କହିଲେ ଯିଏ ବାଲେଶ୍ୱରର ବିକାଶ କରିପାରିବ ତାକୁ ଦିଅ ଭୋଟ

130

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ଦିନ ଯେତିକି ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ସରଗରମ ହେଉଛି । ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଲାଗିପଡିଛନ୍ତି ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଆଜି ଦଳର ବହୁ ହେଭିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବାଲେଶ୍ୱର ସଦର ବ୍ଲକ ସାର୍ଥା ପଂଚାୟତରେ ଅନୁଷ୍ଠିତ ସମାବେଶରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭୋଟ ମାଗିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ ।

ଏହି ଅବସରରେ ସୌମ୍ୟରଂଜନ କହିଛନ୍ତି, ସମସ୍ତେ ବିକାଶ କରିବାକୁ ପ୍ରତିଶ୍ରୁତି ଦେବେ, ହେଲେ ଯିଏ ବିକାଶ କରିପାରିବ ତାକୁ ବାଲେଶ୍ୱରବାସୀ ଭୋଟ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ କରୁଥିବାରୁ ଲୋକେ ପାଂଚ ପାଂଚ ଥର ତାଙ୍କୁ ଭୋଟ ଦେଇ ଆସୁଛନ୍ତି । ଏହି ଉପନିର୍ବାଚନରେ ମଧ୍ୟ ଲୋକମାନେ ବହୁ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ।

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ସରିବାକୁ ଆଉ ୪ ଦିନ ବାକିରହିଥିବାବେଳେ ପ୍ରଚାର ଜୋରଧରିଛି । ଏଥର କରୋନା କଟକଣା ମଧ୍ୟରେ ନିର୍ବାଚନ ହେଉଛି । ପ୍ରଚାର ପାଇଁ ସବୁ ଦଳର ନେତା ଏଠାରେ ଡେରା ପକାଇଛନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡା ଆଜି ସକାଳୁ ସକାଳୁ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ମାନସ ଦତଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିଭଳି ବିଜେଡି ମଧ୍ୟ ବାଇକ ରାଲି କରିଛି । ବିଜେଡ଼ି ନେତା ଆକାଶ ଦାସ ନାୟକ ଏହି ପ୍ରଚାରର ସାମିଲ ହୋଇଥିଲେ ।