କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଭାଇକୁ ହାଣିଲା ଭାଇ । ନୟାଗଡ ଜିଲ୍ଲା ଖଣ୍ଡପଡାରେ ଏକ ଜମିଜମି ବିବାଦକୁ କେନ୍ଦ୍ର କରି ଭଡଭାଇ ଓ ଭାଉଜଙ୍କୁ ଆକ୍ରମଣ କରିଛି ସାନଭାଇ । ଏଥିରେ ବଡଭାଇ ରମେଶ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବାବେଳେ ଭାଉଜ ପୁଷ୍ପଲତା ସ୍ୱାଇଁ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ସୂଚନା ମିଳିଛି ।
ଏହି ଘଟଣାରେ,ସାନଭାଇ ସୁରେଶ ସ୍ୱାଇଁଙ୍କୁ ଗିରଫ କରିଛି ଖଣ୍ଡପଡା ପୁଲିସ । ପରିବାର ଭିତରେ ଏକ ଜମିକୁ ନେଇ ଦୀର୍ଘ ଦିନରୁ ବିବାଦ ରହିଥିବା କହିଛନ୍ତି ନୟାଗଡ ଏସପି । ଆଜି ସକାଳୁ ମଧ୍ୟ ଗଣ୍ଡଗୋଳ ଆରମ୍ଭ ହୋଇ ଉଗ୍ର ରୂପ ନେଇଥିଲା । ସ୍ପଷ୍ଟ ହୋଇନ'ଥିଲେ ମଧ୍ୟ ସାନଭାଇ ସୁରେଶ ଏକ ଫାଉଡାରେ ଭାଇ ଓ ଭାଉଜଙ୍କୁ ଆକ୍ରମଣ କରିଥିବା କୁହାଯାଉଛି ।
ଏହାସହ ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-21-14h07m42s239.png)