କନକ ବ୍ୟୁରୋ : ଚାଲିଛି ଖଣ୍ଡଗିରି ଯାତ୍ରା ମହାସମର । କାଲି ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ଯାତ୍ରାରେ ଓଲିଉଡ କଳାକାରଙ୍କୁ ଦେଖିବାକୁ ଲୋକଙ୍କ ବେଶ ଭିଡ ଜମୁଛି । ଇଷ୍ଟର୍ଣ୍ଣ ବ୍ଲ୍ୟୁର ‘ନାରୀ ତୁ କୋଉ ଧାତୁରେ ଗଢା’ ନାଟକ ଚାରି ରାତି ହେବ ଚାଲିଥିବା ବେଳା ଏହାକୁ ଦେଖିବାକୁ ଯାତ୍ରୀ ପ୍ରେମୀଙ୍କ ଲାଇନ ଆଗୁଛି । ନାଟକର କାହାଣୀ ପାରିବାରିକ ଷ୍ଟୋରୀ ଉପରେ ଆଧାରୀତ ହୋଇଥିବା ବେଳେ, ଏହା ଲୋକଙ୍କ ହୁଦୟକୁ ଛୁଇଁଛି ।
ସେହିପରି, ତୁଳସୀ ଗଣନାଟ୍ୟ ‘ରୁଷନା ମୋ ସୁନା ଭଉଣୀ’ ନେଇ ମଞ୍ଚକୁ ଓହ୍ଲେଇଥିବା ବେଳେ ରଂଜିତ (ନଣ୍ଡା) ଓ ଜୁଲି ପଣ୍ଡାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି । ନାଟକ ବଦଳେଇଥିବା ସ୍ୱର୍ଣ୍ଣମହଲ ନାଟକ ପରିବର୍ତନ କରି ଶନିବାରଠୁ ‘ନିଜ ଶବ ପାଇଁ ନିଜେ କୋକେଇ’ ନାଟକ ମଞ୍ଚସ୍ଥ କରିଛି । ଇଷ୍ଟର୍ଣ୍ଣ ବ୍ଲୁ ‘ନାରୀ ତୁ କୋଉ ଧାତୁରେ ଗଢ଼ା’କୁ ରିପିଟ୍ କରିଥିବା ବେଳେ କଳିଙ୍ଗ ଗଣନାଟ୍ୟ ‘ରାଧା ହଜିଗଲା ଅଧାବାଟରେ’, ଇନ୍ଦ୍ରଭୁବନ ‘ସୁନା ହରିଣୀ’, ରଙ୍ଗମହଲ ‘ମିଛୁଆ ରାଧୁଆ ଗପ ସରିଲା’, ଶିବାନୀ ଗଣନାଟ୍ୟ ‘ରୂପ ରାଇଜର ରାଜକୁମାରୀ’ ନାଟକ ପୁଣି ମଞ୍ଚସ୍ଥ କରିଛି । ତେବେ ନାଟକ ରିପିଟ୍ ହୋଇଥିଲେ ସୁଦ୍ଧା ରୋମାଞ୍ଚ କମିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/vlcsnap-2018-02-05-10h31m01s776.png)