କନକ ବ୍ୟୁରୋ : ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ । ୧୦ ବର୍ଷ ପରେ ଆସିଲା ରାୟ । ମାମଲାର ଶୁଣାଣି କରି ଭୁବନେଶ୍ୱର ଏଡିଜେ କୋର୍ଟ ଅଭିଯୁକ୍ତ ଶ୍ରେୟ ସ୍ୱାକ୍ଷର ସାମଲଙ୍କୁ ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୧୪ ଅକ୍ଟୋବର ୧୪ ତାରିଖରେ ଡାକ୍ତର ଅତୁଲ୍ୟ କୁମାର ମେହେରଙ୍କ ଘରେ ପଶି ତିନି ଜଣଙ୍କୁ ହତ୍ୟା କରିଥିଲା ଶ୍ରେୟ ସ୍ୱାକ୍ଷର ସାମଲ । ଡାକ୍ତର ଅତୁଲ୍ୟଙ୍କ ସମେତ କେୟାର ଟେକର ଓ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ଘଟଣା ସେତେବେଳେ ରାଜଧାନୀରେ ଖୁବ୍ ଚାଂଚଲ୍ୟ ଖେଳାଇଥିଲା ।
୨୦୧୪ ଖଣ୍ଡଗିରିରେ ଡାକ୍ତରଙ୍କ ଘରେ ପଶି ୩ଜଣଙ୍କୁ କରିଥିଲେ ହତ୍ୟା । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏଡିଜେ ଭୁବନେଶ୍ୱର କୋର୍ଟ
/kanak/media/post_attachments/wp-content/uploads/2024/02/2-32.jpg)