ଲାଇଟ ସାଉଣ୍ଡ ଓ ମିଉଜିକ ଭିତରେ ଦୁଲୁକୁଛି ଖଣ୍ଡଗିରି । ଯାତ୍ରା ଦଳଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର, ସେପଟେ ଯାତ୍ରରେ ନଗ୍ନତାକୁ ନିନ୍ଦା କଲେ ବିଶିଷ୍ଟ କଳାକାର ଦଇତାରୀ ପଣ୍ଡା

207

କନକ ବ୍ୟୁରୋ: ଲାଇଟ ସାଉଣ୍ଡ ଓ ମିଉଜିକ ଭିତରେ ଦୁଲୁକୁଛି ଖଣ୍ଡଗିରି । କଳାକାର ମାନଙ୍କ ଜବରଦସ୍ତ ଡାଇଲଗ୍ ସାଗଂକୁ ଅଇଟମ ଡ୍ୟାନ୍ସରଙ୍କ ଡ୍ୟାନ୍ସ ଲୋକଙ୍କୁ ଆର୍କଷିତ କରୁଛି । ଖଣ୍ଡଗିରି କୁମ୍ଭ ମେଳାରେ ଚାଲିଛି ଯାତ୍ରା ମହାସମର । ଦ୍ୱିତୀୟ ରାତ୍ରୀରେ ଯାତ୍ରା ପାର୍ଟି ମାନଙ୍କ ଭିତରେ ଚାଲିଛି କଡା ଟକ୍କର । ଯାତ୍ରାରେ ଅଶ୍ଳୀଳତା କେତେ ଦୂର ଠିକ ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ମତ ରଖିଛନ୍ତି ବିଶିଷ୍ଟ ଯାତ୍ରା କଳାକାର ଦଇତାରୀ ପଣ୍ଡା । ସେ କହିଛନ୍ତି ଅଶ୍ଳୀଳ ନୃତ୍ୟ ନୁହେଁ, ବରଂ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖାଯାଇପାରିବ । ତାଙ୍କ ପାର୍ଟି କୋର୍ଣାକ ଏହି ମନ୍ତ୍ରକୁ ମଧ୍ୟ ଆପଣେଇଥିବା ସେ କହିଛନ୍ତି । ଯାତ୍ରାରେ ଅଭିନୟ ବଦଳରେ ନଗ୍ନତାକୁ ପ୍ରଶୟ ଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି ।

ଖଣ୍ଡଗିରି ମେଳାରେ କୋର୍ଣାକ ଗଣନାଟ୍ୟର ଆଖି ଅବୁଝାକୁ ଲୁହ ଅବୁଝା ନାଟକ ମଂଚ ଉପରେ ମଂଚସ୍ଥ ହେଉଥିବା ବେଳେ ,ଏଥିରେ କିନ୍ତୁ ଦଇତାରୀ ପଣ୍ଡା ନେଗେଟିଭ ବଦଳରେ ପଜେଟିଭ ଚରିତ୍ରରେ ନଜର ଆସୁଛନ୍ତି । ଭାଇ ମାନଙ୍କ ପାଇଁ ସବୁ କିଛି କରି ବଡ ମଣିଷ କଲାପରେ କେମିତି ଭାଇ ମାନେ ଦଇତାରୀଙ୍କୁ ଅଣଦେଖା କରୁଛନ୍ତି ତାହା ଦେଖାଯାଇଛି ନାଟକ ରେ । ଯାହାକୁ ବେଶ ଗମ୍ଭିରତାର ସହିତ ଉପଭୋଗ କରୁଛନ୍ତିି ଦର୍ଶକ । ଦେଶାତ୍ମାକ ବୋଧକ ଗୀତରେ ଜବରଦସ୍ତ ରେକଡଡ୍ୟାନ୍ସ କୋର୍ଣାକ ଗଣନାଟ୍ୟରେ ଦେଖିବାକୁ ମିଳୁଛି ।