କନକ ବ୍ୟୁରୋ : ପବିତ୍ର ମାଘସପ୍ତମୀ ଅବସରରେ ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭମେଳା । ଆସନ୍ତା ପୂର୍ଣ୍ଣିମା ଯାଏଁ ଏହି ମେଳା ଚାଲିବ । ଅର୍କକ୍ଷେତ୍ର ଚନ୍ଦ୍ରଭାଗା ବୁଡ ପରେ ସାଧୁସନ୍ଥମାନେ ଏଠାରେ ଦଶଦିନବ୍ୟାପୀ ଯଜ୍ଞକରି ମହାକୁମ୍ଭ ମେଳାର ସମାପନ କରିବ । ତେଣୁ ମେଳା ପାଇଁ ଖଣ୍ଡଗିରି ଚଳଚଂଚଳ ହୋଇଛି । ରାଜ୍ୟ ବାହରର ବହୁ ସ୍ଥାନରୁ ସାଧୁସନ୍ଥ ଆସିଛନ୍ତି । ତେବେ ଏବର୍ଷ କୋଭିଡ କଟକଣା ଯୋଗୁଁ ଏମାନଙ୍କ ସଂଖ୍ୟା କମ ରହିଛି । ତେବେ ମେଳା କେବଳ ମନ୍ଦିର ଭିତରେ ସୀମିତ ରହିବ । କୌଣସି ଅପେରା, ମେଳା ଓ ଦୋକାନ ଖୋଲିବାକୁ ଅନୁମତି ଦେଇନାହିଁ ପ୍ରଶାସନ ।

Advertisment

କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଏଭଳି ହେଉଛି । ଗତବର୍ଷ ମଧ୍ୟ ମେଳା ଆୟୋଜକମାନଙ୍କୁ ଏଥିପାଇଁ ମୌଖିକ ଭାବରେ ବାରଣ କରାଯାଇଥିଲେ ମଧ୍ୟ କେହି ଶୁଣିନଥିଲେ । ତେଣୁ ଚଳିତ ବର୍ଷ ଏହାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରାଯିବ। କଟକଣା ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାୟିତ୍ବ ଖୋର୍ଦ୍ଧା ଜିଲ୍ଲାପାଳଙ୍କର ରହିଛି । ସେ ଯାହା ନିଷ୍ପତ୍ତି ନେବେ । ଅଧୀକ୍ଷକ ମଲ୍ଲିକ କହିଛନ୍ତି, ଖଣ୍ଡଗିରି ମେଳା ପାଇଁ ପୂଜା କରିବା ଠିକ୍‌ ଅଟେ ।

କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବରେ କିଛି ବ୍ୟକ୍ତି ରହିବା ଆରମ୍ଭ କରୁଛନ୍ତି, ଏହା ଐତିହାସିକ କୀର୍ତ୍ତିରାଜିକୁ ଅସୁରକ୍ଷିତ କରୁଛି । ବାରଭୁଜା କମିଟି ସଦସ୍ୟ ଦୀନବନ୍ଧୁ ଜେନା କହନ୍ତି, କାହିଁ କେତେ ବର୍ଷ ହେଲା ସାଧୁ, ସନ୍ଥମାନେ ଗୁମ୍ଫାମାନଙ୍କରେ ରହି ଆସୁଛନ୍ତି । ଏହା ହିଁ ସେମାନଙ୍କ ରହିବା ସ୍ଥାନ । ଚଳିତ ବର୍ଷ ସାଧୁଙ୍କର ସେଠାରେ ବସିବା, ଉଠିବା ନେଇ ପ୍ରତ୍ନତତ୍ବବିଭାଗର କଟକଣା ଗ୍ରହଣ କରାଯାଇ ପାରିବନାହିଁ ।