ଖଣ୍ଡିଗିରି ମେଳାରେ ଯାତ୍ରାକୁ ନେଇ ଆଜି ଆସିବ ନିଷ୍ପତ୍ତି : ୫୦ ପ୍ରତିଶତ ଦର୍ଶକରେ ଯାତ୍ରା କରିବାକୁ ଯାତ୍ରା କମିଟିର ପ୍ରସ୍ତାବ

 ଷ୍ଟଲ ଓ ଯାତ୍ରା ପଡିବ କି ନାହିଁ ବିଏମସି ଓ କମିଟି ଭିତରେ ଚାଲିଛି ଟଣାଓଟରା

221

କନକ ବ୍ୟୁରୋ : ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଏ ନେଇ ବିଏମସି କମିଶନର ଆଜି ଚୂଡାନ୍ତ ନିଷ୍ପତ୍ତି ଶୁଣାଣି । ଯାତ୍ରା କରିବାକୁ ଗତକାଲି ପ୍ରସ୍ତାବ ଦେଇଛି ଯାତ୍ରା କମିଟି । ଏଥିରେ କୁହାଯାଇଛି ଯେ, ୫୦ ପ୍ରତିଶତ ଦର୍ଶକରେ ଯାତ୍ରା ହେଉ । ବିଏମସି ଓ କୋଭିଡ କଟକଣା ମାନି ଯାତ୍ରା କରିବୁ । ଗୋଟିଏ ଯାତ୍ରା ମଂଚରେ ୫୦ ପ୍ରତିଶତ ଚେୟାର ପଡିବ ।

ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆ ପଛପଟେ କିଛି ଷ୍ଟଲ ଓ ଜାତୀୟ ରାଜପଥରୁ ଉଦୟଗିରି ମଧ୍ୟରେ ରାସ୍ତା ଉପରେ କିଛି ଷ୍ଟଲ ପକାଯାଉ । ଆସନ୍ତା ୧୮ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ ହେବ । ତେବେ ଯାତ୍ରା ହେବ କି ନାହିଁ, ଷ୍ଟଲ ପଡିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ବିଏମସି ଯାତ୍ରା ସପକ୍ଷରେ ନଥିବାବେଳେ ବିଭିନ୍ନ ଯାତ୍ରା କମିଟି ଯାତ୍ରା କରିବାକୁ ଚାହିଁଛନ୍ତି । ଏ ନେଇ ବୈଠକ ବସିଥିଲେ ବି କିଛି ନିଷ୍କର୍ସ ବାହାରିପାରିନାହିଁ । ଏ ନେଇ ୩ଟି ଯାତ୍ରାକମିଟି ପୁଣି ବିଏମସିଙ୍କୁ ପ୍ରସ୍ତାବ ଦେଇଛି ।

ଜାଣନ୍ତୁ ଯାତ୍ରା କମିଟି କି ପ୍ରସ୍ତାବ ଦେଇଛି ?

  • ୫୦ ପ୍ରତିଶତ ଦର୍ଶକରେ ଯାତ୍ରା ହେଉ
  • ବିଏମସି ଓ କୋଭିଡ କଟକଣା ମାନି ଯାତ୍ରା କରିବୁ
  • ଗୋଟିଏ ଯାତ୍ରା ମଂଚରେ ୫୦ ପ୍ରତିଶତ ଚେୟାର ପଡିବ
  • ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆ ପଛପଟେ କିଛି ଷ୍ଟଲ ପଡୁ
  • ଜାତୀୟ ରାଜପଥରୁ ଉଦୟଗିରି ମଧ୍ୟରେ ରାସ୍ତା ଉପରେ କିଛି ଷ୍ଟଲ ଖୋଲାଯାଉ