ଖଣ୍ଡଗିରି କୁମ୍ଭମେଳାରେ ଆକର୍ଷଣ ସାଜିଲେ ଠେଙ୍ଗା ବାବା : ଆଶୀର୍ବାଦ ନେବାକୁ ଆସୁଥିବା ଭକ୍ତଙ୍କୁ ଦେଉଛନ୍ତି ଠେଙ୍ଗା ମାଡ

Advertisment
ଖଣ୍ଡଗିରି କୁମ୍ଭମେଳାରେ ଆକର୍ଷଣ ସାଜିଲେ ଠେଙ୍ଗା ବାବା : ଆଶୀର୍ବାଦ ନେବାକୁ ଆସୁଥିବା ଭକ୍ତଙ୍କୁ ଦେଉଛନ୍ତି ଠେଙ୍ଗା ମାଡ

କନକ ବ୍ୟୁରୋ : ପବିତ୍ର ମାଘସପ୍ତମୀ ଅବସରରେ ଆଜିଠାରୁ ଖଣ୍ଡଗିରି ମହା କୁମ୍ଭମେଳା । ଆସନ୍ତା ପୂର୍ଣ୍ଣିମା ଯାଏଁ ଏହି ମେଳା ଚାଲିବ । ଅର୍କକ୍ଷେତ୍ର ଚନ୍ଦ୍ରଭାଗା ବୁଡ ପରେ ସାଧୁସନ୍ଥମାନେ ଏଠାରେ ଦଶଦିନବ୍ୟାପୀ ଯଜ୍ଞକରି ମହାକୁମ୍ଭ ମେଳାର ସମାପନ କରିବ । ତେଣୁ ମେଳା ପାଇଁ ଖଣ୍ଡଗିରି ଚଳଚଂଚଳ ହୋଇଛି ।

ରାଜ୍ୟ ବାହରର ବହୁ ସ୍ଥାନରୁ ସାଧୁସନ୍ଥ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଖଣ୍ଡଗିରି ମେଳାକୁ ଆସିଛନ୍ତ ଠେଙ୍ଗା ବାବା । ଗୁଜରାଟରୁ ଆସିଥିବା ସାଧୁ ଜଣଙ୍କ ପାଖରେ ରଖିଛନ୍ତି ଛୋଟ ଠେଙ୍ଗା । ତାଙ୍କ ପାଖକୁ ଆସୁଥିବା ଭକ୍ତଙ୍କୁ ଠେଙ୍ଗା ମାଡ଼ ଦେଉଛନ୍ତି । ସାଧୁଙ୍କ କହିବା ଅନୁସାରେ ଏହି ଠେଙ୍ଗା ମାଡକୁ ଭୂତପ୍ରେତ ବି ଡରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe