ଉଠୁଛିପଡୁଛି ଖଣ୍ଡଗିରି । ବିଭିନ୍ନ ଯାତ୍ରାପାର୍ଟିଙ୍କ ମଧ୍ୟରେ କଡା ଟକ୍କର, ନୃତ୍ୟ ସାଙ୍ଗକୁ ଅଭିନୟରେ ବାନ୍ଧି ରହୁଛନ୍ତି ଦର୍ଶକ

80

କନକ ବ୍ୟୁରୋ : ଖଣ୍ଡଗିରି କୁମ୍ଭ ମେଳାରେ ଚାଲିଥିବା ଯାତ୍ରା ମହାସମରରୁୁ କିଛି ପାର୍ଟି ବିଦାୟ ନେଇଛନ୍ତି । ପ୍ରଥମ ଫେଜର ଯାତ୍ରା ସରିଛି । ୫ତାରିଖରୁ ଦର୍ଶକଙ୍କୁ ଆକର୍ଷିତ କରୁଥିବା କିଛି ଯାତ୍ରାପାର୍ଟି ମାନେ ବିଦାୟ ନେଇଛନ୍ତି । କୋଣାର୍କ, କଳିଙ୍ଗ ଓ ସ୍ୱପ୍ନ ମହଲ ଭିତରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଗୋଟେ ପଟେ କୋଣାର୍କରେ ଦୁର୍ଦ୍ଦାନ୍ତ ଖଳନାୟକ ଦଇତାରୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳୁଥିବା ବେଳେ ଅଶ୍ଳୀଳ ନୂତ୍ୟ କୁ ନେଇ ବିବାଦରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଗଣନାଟ୍ୟ ।

ସେପଟେ ଓଲିଉଡ ରେ ଅଭିନୟ କରିଥିବା କଳାକାର ମାନଙ୍କ ଅଭିନୟ ଦେଖିବାକୁ ମିଳିଥିଲା ସ୍ୱପ୍ନ ମହଲ ମଚଂ ଉପରେ । ବାପା ବୋଉ ତୁମେ ଭୁଲ କଲ ନାଟକରେ ଓଲିଉଡ ଚକଲେଟ ବୟ ଲରେନ୍ସଙ୍କ ଅଭିନୟ ବି ବେଶ ମନକୁ ଛୁଇଁ ଥିଲା ଦର୍ଶକଙ୍କର । ଆଉ ତାରି ଭିତରେ ମଂଚ ତଳେ ନାଟକ କୁ ମନଭରି ଉପୋଭୋଗ କରିଥିଲେ ବିଜେଡିର ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ।