ରାତି ବଢିଲେ ତାତି ବଢୁଛି ଖଣ୍ଡଗିରିରେ । ୪ ଯାତ୍ରା ପାର୍ଟି ମଧ୍ୟରେ ଚାଲିଛି କଡା ଟକ୍କର

136

କନକ ବ୍ୟୁରୋ : ଦୁଲୁକୁଛି ଖଣ୍ଡଗିରି ମେଳା । ଲାଇଟ ସାଉଣ୍ଡ ଓ ମ୍ୟୁଜିକ ଭିତରେ ୪ ଟି ଯାତ୍ରା ପାର୍ଟି ଭିତରେ ଚାଲିଛି ଜୋରଦାର ଲଢେଇ । ଆଗକୁ ଆହୁରି ପାର୍ଟି ପଡିବାକୁ ଥିବା ବେଳେ ଏବେ ଟକ୍କର ଚାଲିଛି କୋଣାର୍କ ,କଳିଙ୍ଗ, ମାୟାନଗରୀ ଓ ସ୍ୱପ୍ନ ମହଲ ଯାତ୍ରା ପାର୍ଟି ଭିତରେ । କାହା ମଂଚ ଉପରେ ଆଇଟମ ଡ୍ୟାନ୍ସର ତ ପୁଣି କିଏ କରୁଛି ରେକର୍ଡ ଡ୍ୟାନ୍ସ । ପୁଣି କାହାର ନାଟକର ଭଲ କାହାଣି ବାନ୍ଧି ରଖି ପାରିଛି ଦର୍ଶକଙ୍କୁ । କୋଣାର୍କରେ ଦୁଦାନ୍ତ ଖଳନାୟକ ଦଇତାରୀ ପଣ୍ଡାଙ୍କ କମାଲ୍ ମଚଂ ଉପରେ ଦର୍ଶକ ଉପୋଭୋଗ କରୂଛନ୍ତି ।

ତାକୁ ମାତ ଦେବା ପାଇଁ ସ୍ୱପ୍ନ ମହଲ ଗଣନାଟ୍ୟରେ ଲଗାତାର ୩ ଦିନ ଧରି ପରିବେଶିତ ହେଉଥିବା ନାଟକ ହେଉଛି ସିଆଇଡି ଦୟା । ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଥିବା ଏହି ନାଟକରେ ଜଣେ ନବମ ଶ୍ରେଣୀ ଝିଅର ପ୍ରେମ କାହାଣୀ ରହିଛି । ଯାହା ଦର୍ଶକଙ୍କୁ ବେଶ୍ ବାନ୍ଧି ପାରିଛି । ତେବେ ବର୍ତମାନ ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କଳାକାରମାନେ । ଏଥିପାଇଁ ଦର୍ଶକ ଯାତ୍ରା ଠାରୁ ମୁହଁ ଫେରାଇ ନେଉଥିବା ସେମାନେ ମତ ରଖିଛନ୍ତି ।