ଖଣ୍ଡଗିରି ମେଳା : ସାଧୁମୟ ତପୋଭୂମି, ସନ୍ଧ୍ୟା ୫ଟାରୁ ରାତି ୧୧ ପର୍ଯ୍ୟନ୍ତ ଟ୍ରକ ଚଳାଚଳ ବନ୍ଦ

Advertisment
ଖଣ୍ଡଗିରି ମେଳା : ସାଧୁମୟ ତପୋଭୂମି, ସନ୍ଧ୍ୟା ୫ଟାରୁ ରାତି ୧୧ ପର୍ଯ୍ୟନ୍ତ ଟ୍ରକ ଚଳାଚଳ ବନ୍ଦ

କନକ ବ୍ୟୁରୋ : ତପୋଭୂମି ଖଣ୍ଡଗିରିକୁ ଛୁଟି ଆସିଛନ୍ତି ଶହ ଶହ ସନ୍ଥ। ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ସାଧୁସନ୍ଥଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ଖଣ୍ଡଗିରି ପଞ୍ଚତୀର୍ଥ ପୁଷ୍କରିଣୀରେ ଅନେକ ସାଧୁ ବୁଡ଼ ପକାଇବେ। ନାଗା ସନ୍ନ୍ୟାସୀଙ୍କଠୁ ନେଇ ଦଶନାମୀ, ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସଂପ୍ରଦାୟ, ଗୌଡ଼ୀୟ, ବେଦପତି ଓ ସନ୍ନ୍ୟାସିନୀଙ୍କ ସମାଗମ ହୋଇଥିବା ବେଳେ ଅଖଣ୍ଡ ଧୂନୀ ଜଳିଛି। ଚଳିତ ବର୍ଷ ମହାଯୋଗ ତିଥି ପଡ଼ୁଥିବାରୁ ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦ ଆନୁକୂଲ୍ୟରେ ସାଧୁସନ୍ଥଙ୍କ ଦ୍ବାରା ଆସିଥିବା ୧୦୮ ପୂର୍ଣ୍ଣ କୁମ୍ଭ ସ୍ଥାପନକରାଯାଇ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଅବସରରେ ସନାତନ ଧର୍ମ, ବିଶ୍ବ ପରିବେଶ, ମାନବବାଦର ଅଭ୍ୟୁଦୟ ନିମିତ୍ତ ପ୍ରଦ୍ୟେକ ଦିନ ଧର୍ମ ଆଲୋଚନା କରାଯିବ ବୋଲି ପରିଷଦର ବାବା ପଞ୍ଚଦେବ ଓ ହରିଓଁ ବାବା ଶିଶୁଛବି ସୂଚନା ଦେଇଛନ୍ତି।

ରାଣୀହଂସପୁର ବିଜେ କଲେ ଅନନ୍ତକେଶରୀ ଦେବ

ଏକ ବିରାଟ ପଟୁଆରରେ ଅନନ୍ତ କେଶରୀ ଦେବ ରାଣୀହଂସପୁରକୁ ବିଜେ କରିଥିଲେ। ସଂକୀର୍ତନ, ଘୋଡ଼ାନାଚ, ଷଣ୍ଢ ନାଚ, ସମ୍ବଲପୁରୀ ବାଜାର ରୋଶଣି ସହ ଆତସବାଜି ପ୍ରଦର୍ଶନ ମଧ୍ୟରେ ଅନନ୍ତକେଶରୀ ସୁସଜ୍ଜିତ ବିମାନରେ ବସି ନାଗା ମଠରୁ ରାଣୀଗୁମ୍ଫାକୁ ଯାତ୍ରା କରିଥିଲେ। ଜାଗମରା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଦେଖିବାକୁ ଜାଗମରାରୁ ଖଣ୍ଡଗିରି ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରଭୁ ସେଠାରେ ଲଳିତା କୁଣ୍ଡରେ ଚାପ ଖେଳି ନିଃଶାର୍ଦ୍ଧରେ ‌ମନ୍ଦିରକୁ ଫେରିଛନ୍ତି।

ସନ୍ଧ୍ୟା ୫ରୁ ରାତି ୧୧ ଟ୍ରକ୍‌ ଚଳାଚଳ ବନ୍ଦ

ନିର୍ମାଣାଧୀନ ଓଭରବ୍ରିଜ୍ ଅଧିକାଂଶ ସ୍ଥାନ ଅକ୍ତିଆର କରିଥିବା ଏବଂ ବ୍ରିଜ୍‌ ନିର୍ମାଣ ଜିନିଷ ରଖାଯାଇଥିବାରୁ ସର୍ଭିସ୍‌ ରୋଡ୍‌ରେ ଭିଡ଼ ଅଧିକ ଭିଡ଼ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଖଣ୍ଡଗିରି ବାଟ ଦେଇ ଗାଡ଼ି ଚଳାଚଳରେ କଟକଣା କରାଯାଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଆଡ଼କୁ କୌଣସି ଯାନ ଚଳାଚଳ କରିବ ନାହିଁ। ଏହି ରାସ୍ତା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ କେବଳ ପାଦଚଲା ରାସ୍ତା ଭାବେ ବ୍ୟବହୃତ ହେବ। ଜାତୀୟ ରାଜପଥ ଓ ପାଦଚଲା ରାସ୍ତାରେ କେହି ଯାନ ରଖିପାରିବେ ନାହିଁ। ଖୋର୍ଧାରୁ କଟକ ଅଭିମୁଖେ ଯିବାକୁ ଥିବା ଟ୍ରକ୍‌ଗୁଡ଼ିକ ପିତାପଲ୍ଲୀରୁ ବାଲିକୁଦା ଦେଇ ଭାୟା ଚନ୍ଦକା ହୋଇ ବାରଙ୍ଗରେ ବାହାରିବ। କଟକ ପଟୁ ଖୋର୍ଧାକୁ ଆସୁଥିବା ଟ୍ରକ୍‌ ମଧ୍ୟ ସେଇ ସମାନ ରୁଟ୍‌ରେ ଚଳାଚଳ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe