ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଜନସଭା ଏବଂ ରାଲିରେ ନେତା ଡକାଇଥିଲେ ଜନତା ! ଟଙ୍କା ନ ମିଳିବାରୁ ସଡକରେ ଧାରଣ ଦେଲେ ଲୋକ । 

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଜନସଭା ଏବଂ ରାଲିରେ ନେତା ଡକାଇଥିଲେ ଜନତା ! ଟଙ୍କା ନ ମିଳିବାରୁ ସଡକରେ ଧାରଣ ଦେଲେ ଲୋକ । 

ଲୋକସଭା ନିର୍ବାଚନ ସମୟରେ ନିଜକୁ ଜିତାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଅଧିକରୁ ଅଧିକ ଲୋକଙ୍କୁ ନିଜର କଥା ପହଂଚାଇବା ପାଇଁ ବିଭିନ୍ନ ରାଜନୈତିିକ ଦଳ ଜନସଭାରେ ଭିଡ ଜମାଇବାର ଚେଷ୍ଟା କରିଥାନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଜନସଭାରେ ଖମ୍ମମ୍ ଜିଲ୍ଲା ପାର୍ଟି ନେତାମାନେ ଲୋକଙ୍କୁ ଏକତ୍ରିତ କରିଥିଲେ । କିନ୍ତୁ ତାଙ୍କୁ ଟଙ୍କା ମିଳିଲା ନାହିଁ ତେଣୁ ସଭାରେ ଆସିଥିବା ଲୋକମାନେ ଧାରଣାରେ ବସିଥିଲେ । ଅସଲରେ ତେଲେଙ୍ଗାନା ଖମ୍ମାମ୍ ଜିଲ୍ଲାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଏକ ଜନସଭା ଆୟୋଜନ କରାଯାଇଥିଲା । ରାଲୀକୁ ସଫଳ କରିବା ପାଇଁ ପାର୍ଟିର ନେତା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଆଣି ଗାଡିରେ ଭର୍ତ୍ତି କରି ଆଣିଥିଲେ । ତେବେ ଏହି ରାଲିରେ ଅଂଶଗ୍ରହଣ କରିଥିବା ଲୋକଙ୍କ ମଧ୍ୟରେ ଆରୋପ ଲାଗିଛି କି ସେମାନେ ଟଙ୍କା ଦେବା କଥା କହି ପ୍ରତିଶୃ୍ତି ପୁରଣ କରିଥିଲେ । ରାଲିରେ ପ୍ରଦର୍ଶନକାରୀଙ୍କ ଆରୋପ ଥିଲା କି ତାଙ୍କୁ ଟଙ୍କା ଦେବା କଥା କହି ରାଲିକୁ ଅଣାଯାଇଥିଲା ଏବଂ ସଭା ସରିବା ପରେ କେହି ତାଙ୍କୁ ଟଙ୍କାଟିଏ ମଧ୍ୟ ଦେଇନଥିଲେ । ଏହାପରେ ଆକ୍ରୋଶରେ ଆସି ସଭାକୁ ଆସିଥିବା ଲୋକ ସଡକରେ ଧାରଣ ଦେଇଥିଲେ ।

publive-image

ଆପଣଙ୍କୁ କହିରଖୁଛୁ କି ଗୋଟିଏ ଦିନ ପୂର୍ବରୁ ବିଜେପି ଏବଂ କଂଗ୍ରେସ ଏହି ଦୁଇ ପାର୍ଟି ଉପରେ ଆକ୍ରମଣ କରିବାକୁ ଯାଇ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)ର ଅଧ୍ୟକ୍ଷତାରେ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର) କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ବହୁମତ ହେବା ପରେ ମଧ୍ୟ ପୁର୍ଣ୍ଣତଃ,ଅସଫଳ ପ୍ରମାଣିତ ହୋଇଥିଲା । ଜହିରାବାଦ୍ ଲୋକସଭା ସିଟ୍ ଅନୁସାରେ ଆସୁଥିବା ଅଣ୍ଡୋଲ୍ ପାଖରେ ଥିବା ନିର୍ବାଚନୀ ସଭାକୁ ସଂମ୍ବୋଧିତ କରି ସେ ଆରୋପ ଲଗାଇଥିଲେ ବିକାଶ ସେଭଳି ହେଲା ନାହିଁ ଯେଉଁଭଳି ହେବା ଦରକାର ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe