କନକ ବ୍ୟୁରୋ : ଟୋଲ ଗେଟରେ ୨ଗୁଣା ଫାଇନ ଆଦାୟକୁ ବିରୋଧ । ବରଯାତ୍ରୀ ଗାଡ଼ିରେ ଲାଗି ନଥିଲା ଫାସ୍ ଟ୍ୟାଗ । ନିୟମ ଅନୁଯାୟୀ ୨ଗୁଣା ଟୋଲ ଆଦାୟ କରିବାରୁ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ବରଯାତ୍ରୀ । ଫେବ୍ରୁଆରୀ ୧୫ ତାରିଖରୁ ଦେଶର ସମସ୍ତ ଟୋଲଗେଟରେ ଫାସ୍ ଟ୍ୟାଗ ବାଧ୍ୟତାମୂଳକ ହୋଇଛି । ଗାଡ଼ିଗୁଡ଼ିକରେ ଫାସ୍ ଟ୍ୟାଗ ନଥିଲେ ୨ଗୁଣା ଟୋଲ ଆଦାୟ ନେଇ ନିୟମ କରାଯାଇଛି ।
ଗତକାଲି ରାତିରେ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟରେ ୬ଟି ବରଯାତ୍ରୀ ଗାଡ଼ି ଯାଉଥିବା ବେଳେ ଫାସ୍ ଟ୍ୟାଗ ନଥିବାରୁ ୨ଗୁଣା ଟୋଲ ଟିକସ ଆଦାୟ କରିବାକୁ ଚାହିଁଥିଲେ କର୍ମଚାରୀ । ହେଲେ ଏହାକୁ ବିରୋଧ କରି ବରଯାତ୍ରୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଟୋଲଗେଟରେ ଗଣ୍ଡଗୋଳର ଏହି ଭିଡ଼ିଓ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/vlcsnap-2021-02-22-10h42m14s712.png)